
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଗୁରୁବାର “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଟିଟିଲାଗଡ ଡେପୁଟି କଲେକ୍ଟର ହରେକୃଷ୍ଣ ମେହେର, ସମ୍ମାନିତ ଅତିଥି ରୂପେ ଟିଟିଲାଗଡ ଡେପୁଟି କଲେକ୍ଟର ତୁଷାର ମହଲା ଓ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଟିକେରାମ କିଶାନ ଯୋଗଦେଇ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ତ୍ରିରଙ୍ଗା ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ ହୋଇଥିବା ବେଳେ ଅଧ୍ୟକ୍ଷ ଶ୍ରୀ ନାୟକ ଦେଶଭକ୍ତିର କଥା କହିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମିଶି ତ୍ରିରଙ୍ଗା ପତାକା ଧରି ଦେଶଭକ୍ତି ନାରା ଦେଇ ଏକ ପଦଯାତ୍ରା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଫେରିଥିଲେ । ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି ସମସ୍ତଙ୍କୁ ଦେଶାତ୍ମବୋଧକ ସଙ୍ଗୀତରେ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଏହି ଦେଶଭକ୍ତି କାର୍ଯ୍ୟକ୍ରମରେ ଅଧ୍ୟାପକ ଗୁଣସାଗର ମେହେର, ପୂର୍ଣ୍ଣଚନ୍ଦ୍ର ପଧାନ, ସୋମେଶଦତ୍ତ ହୋତା, ଘନଶ୍ୟାମ ଖମାରୀ, ଭ୍ରୀଙ୍ଗରାଜ ରଣା, ଫାଲଗୁନୀ ଦାସ, ଛନ୍ଦାଚରଣ ଖୁଣ୍ଟିଆ, ପଙ୍କଜ ସାହୁ, ଶୈଲିକା ନାଏକ ଓ ଚନ୍ଦ୍ରିକା ସାହୁଙ୍କ ସହ ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ତ୍ରିରଙ୍ଗା ପତାକାକୁ ଅବନତ କରି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।