
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳ ଠାରେ ପଦ୍ମପୁର ଟାଉନ୍ କ୍ଲବ ଓ ଜେନିଥ ଲାୟନ୍ସ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ଏକ ବିରାଟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଜେନିଥ ସ୍କୁଲ ପରିସରେ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ ଓ ସମାଜସେବୀ ମାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକାର ଛାୟା ଓ ଫଳ ଗଛ ରୋପଣ କରାଯାଇଛି । ଏଇ ପଦକ୍ଷେପ ଆମ ପରିବେଶ ପାଇଁ ଗୋଟିଏ ବଡ଼ ଉପହାର ବୋଲି ଆୟୋଜକ ପ୍ରକାଶ କରିବା ସହ ଆସନ୍ତୁ ଆମେ ବି ପ୍ରତିଜ୍ଞା କରିବା ଗୋଟିଏ ଗଛ ଲଗାଇବା ଗୋଟିଏ ଜୀବନ ବଞ୍ଚାଇବା ବୋଲି ଆହ୍ୱାନ ଦେଇଛନ୍ତି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଟାଉନ କ୍ଲବ ସଭାପତି ପ୍ରୀତେଶ ବହିଦାର, ପଦ୍ମପୁର ରେଞ୍ଜର ରମେଶ ଚନ୍ଦ୍ର ସାହୁ, ଜେନିଥ ସ୍କୁଲ ଚେୟାରମ୍ୟାନ ପ୍ରତାପ ମିଶ୍ର, ପ୍ରିନ୍ସିପାଲ ମନୋଜ ପଣ୍ଡା, ଟାଉନ୍ କ୍ଲବ ଉପ ସଭାପତି ଅଶୋକ ମିଶ୍ର, ନରେଶ ସୁନ୍ଦର ସାହୁ, ଅଖିଳ ପଟ୍ଟନାୟକ, ଚନ୍ଦନ ବଂଶଳ, ରମିଜ ରାଜା, ଦୀନେଶ ବାରିକ, ସୁନୀଲ ଅଗ୍ରୱାଲ, ଅମିତ ଗର୍ଗ, ସୁରଜ ସୁନା, ଅଜୟ ଅଗ୍ରୱାଲ, ସୁରେନ୍ଦ୍ର ସାହୁ, ସୁରେଶ ସାହୁ, ରୁଦ୍ର ସାହୁ, ମନୋଜ ନାୟକ, ଲକ୍ଷ୍ମୀକାନ୍ତ ବରିହା, ହରେଶ ଡୁଙ୍ଗରି, ସୁଧାଂଶୁ କୁମ୍ଭାର, ଅମୀର ମେହେରଙ୍କ ସମେତ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତି ରହି ବୃକ୍ଷ ରୋପଣ କରିଥିଲେ ।