jayashree

ରକେଟ ଗାର୍ଲ୍ ପ୍ରିତିଶା ବାନାର୍ଜୀଙ୍କୁ ଓମ୍‌ ଭ୍ୟାଲି ସ୍କୁଲରେ କରାଗଲା ସମ୍ବର୍ଦ୍ଧିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓମ ଭ୍ୟାଲି ସ୍କୁଲରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଭାବେ ବର୍ଷ (୨୦୧୪–୧୬) ପାଠ ପଢ଼ିବା ପରେ ବାହାରକୁ ପଢ଼ିବାକୁ ଯାଇଥିଲେ ପ୍ରିତିଶା । ତେବେ ସ୍କାଇରୁଟ୍ ଏରୋସ୍ପେସ୍‌ରେ ଏଭିଓନିକ୍ସ ସଫ୍ଟୱେର୍ ରିଲାଏବିଲିଟି ଇଞ୍ଜିନିୟର୍ ଭାବେ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ, ଏବଂ ଭାରତର ପ୍ରଥମ ବେସରକାରୀ ଭାବେ ବିକଶିତ କକ୍ଷପଥ ରକେଟ୍ ବିକ୍ରମ-୧ର ସଫଳତାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ତଥା ଅଞ୍ଚଳର ନା କରିଛନ୍ତି ପ୍ରିତିଶା । ଏହି ପରିପ୍ରେକ୍ଷୀରେ ଆଜି ଟିଟିଲାଗଡକୁ ଆସିଥିବା ବେଳେ ତାଙ୍କୁ ଓମ ଭ୍ୟାଲି ସ୍କୁଲ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରଥମେ ସ୍କୁଲର ସମ୍ମିଳନୀ କକ୍ଷକୁ ପାଛୋଟି ନେବା ପରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ତାଙ୍କ ପିତାମାତାଙ୍କୁ ମଧ୍ୟ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଶୋଭାଗିନୀ ପୃଷ୍ଟି, ଆଶିଷ ଏନଭି ନାଏକ ଓ ଆରାଧନା ପ୍ରସାଦ । ଏହି ଅବସରରେ ପ୍ରିତିଶା କିପରି ଏହି ସଫଳତା ହାସଲ କରିଥିଲେ ସେ ବିଷୟରେ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ତେବେ ସେ ପାଠପଢ଼ାରେ ଜଣେ ଟପ୍ପର ନ ଥିଲେ । ମୁଁ ଜଣେ ଏଭ୍‌ରେଜ୍‌ କେଟାଗୋରିର ଛାତ୍ରୀ ଥିଲି, ହଁ ମୁଁ ଯେତେ ଥର ସଫଳତା ହାସଲ କରୁ ନ ଥିଲି ଚେଷ୍ଟା କରିବା ବି ଛାଡୁ ନ ଥିଲି ବୋଲି ନିଜ ଉଦ୍‌ବୋଧନରେ କହିବା ସହ ଯେଉଁ ବିଷୟରେ ରୁଚି ଅଛି ସେ ଦିଗରେ ଆଗକୁ ବଢ଼ିବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ତା’ ସହିତ ଯୁକ୍ତ ଦୁଇ ପଢିବା ବେଳେ ସ୍କୁଲର ଚେୟାରମେନ୍‌ ଲାୟନ ଦୀପକ କୁମାର ସାହୁ, ଏମ୍‌ ଡି. ଶ୍ରୀମତୀ ବିଭାରାଜ ଗୁପ୍ତା, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋତେ ବହୁତ ସଠିକ ଶିକ୍ଷା ପ୍ରଦାନ କରିବା ସହ ଉତ୍ସାହିତ କରିବା ଯୋଗୁଁ ଆଜି ଏହି ସଫଳତା ହାସଲ କରିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଏବଂ ଉତ୍ସାହ ପ୍ରତ୍ୟେକ ଆଉମାଇଟ୍‌ଙ୍କ ବଡ଼ ସ୍ୱପ୍ନ ଦେଖିବା ଏବଂ ତାରାମଣ୍ଡଳ ଦିଗରେ ପହଞ୍ଚିବା ପାଇଁ ପ୍ରେରଣା ଯୋଗାଇଛି, ଆଗାମୀ ଜୀବନ ଯାତ୍ରାରେ ନିରନ୍ତର ସଫଳତା ହାସଲ କରନ୍ତୁ ବୋଲି ସ୍କୁଲର ପ୍ରିନ୍ସିପାଲ ଏମ୍ ନାଗା ମଲେଶ୍ୱର୍ ରାଓ, ସ୍କୁଲର ଚିଫ ଏଡ଼ଭାଇଜର ଡ. ରୋବିନ ଚନ୍ଦ୍ର ପରମାଣିକ, ସ୍କୁଲର ଭାଇସ ପ୍ରିନ୍ସିପାଲ ଶ୍ରୀମତୀ ସରିତା ମହାପାତ୍ର କହିବା ସହ ଶୁଭେଚ୍ଛା ଜଣାଇଥିଲେ । ପ୍ରିତିଶାଙ୍କ ମା ଓ ବାପା ଉଭୟେ ଓମ ଭ୍ୟାଲି ସ୍କୁଲରେ ଦିଆଯାଉଥିବା ଶିକ୍ଷା ଓ ଶିକ୍ଷକମାନଙ୍କୁ ବହୁତ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.