jayashree

କେରମେଲି ସ୍କୁଲରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେରମେଲି ସ୍କୁଲ ପକ୍ଷରୁ ଆଜି ପ୍ରଧାନଶିକ୍ଷକ ସରୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି । ପ୍ରଥମେ ସ୍କୁଲ ପରିସରରୁ ଛାତ୍ରଛାତ୍ରୀମାନେ ହାତରେ ତ୍ରିରଙ୍ଗା ଧରି ଏକ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଦେଶଭକ୍ତିମୂଳକ ସ୍ଲୋଗାନ ଦେବା ସହ ଗ୍ରାମବାସୀଙ୍କୁ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସଚେତନ କରିଥିଲେ । ଶୋଭାଯାତ୍ରାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ସାମିଲ ହୋଇଥିଲେ । ଦେଶର ସ୍ୱାଧୀନତା, ଏକତା ଓ ଅଖଣ୍ଡତାର ପ୍ରତୀକ ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପରେ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଜାତୀୟ ପତାକାର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏବିଇଓ ନାରାୟଣ ଭୋଇ, ମୋନାଲିସା ମହାପାତ୍ର, ସମ୍ୟ ରଞ୍ଜନ ମହାନ୍ତି, ରଶ୍ମିତା ନାୟକ, ପ୍ରଶାନନ୍ଦ ବାଗ, ଅଜିତ କୁମାର ଭୋଇ, ମିନତୀ ଦାସ, ଗୀତାଞ୍ଜଳି ମହାକୁର, ଚନ୍ଦ୍ର ଶେଖର ସାହୁ, ମଧୁମିତା ପ୍ରଧାନ, ଅନୁପମ ମହାନ୍ତି, କମିଟି ସଭାପତି ଜିତାବର କୁମ୍ଭାର, ପୂର୍ବତନ ସଭାପତି ଯଜ୍ଞଶ୍ଵର ଦାସ, ସିଆରସିସି ଶେଷଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.