jayashree

କନ୍ଧମାଳ ଜିଲ୍ଲାକୁ ଅଶାନ୍ତ କରିବାକୁ ଦିଆଯିବ ନାହିଁ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ ନାମକରଣ ନିଷ୍ପତ୍ତିକୁ ସ୍ୱାଗତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କିଛି ଦିନ ହେବ ଶାନ୍ତ କନ୍ଧମାଳକୁ ଅଶାନ୍ତ କରିବା ପାଇଁ କିଛି କୁଚକ୍ରୀ ଯୋଜନାବଦ୍ଧ ଭାବରେ ଷଡ଼ଯନ୍ତ୍ର ରଚନା କରୁଛନ୍ତି । ବିଧର୍ମୀ ମାନେ ଆଦିବାସୀଙ୍କୁ ହିନ୍ଦୁ ନୁହନ୍ତି ବୋଲି କହି ଆମ ଆମ ମଧ୍ୟରେ ବିଭେଦ ସୃଷ୍ଟି କରି ସୋସିଆଲ ମିଡ଼ିଆରେ ବିଭିନ୍ନ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଯାହାକୁ ଆମେ ଓ ଆମ ଆଦିବାସୀ ସମ୍ପ୍ରଦାୟ ବରଦାସ୍ତ କରିବୁ ନାହିଁ, ଏଥିରୁ ନିବୃତ ରୁହନ୍ତୁ ବୋଲି କହିଛନ୍ତି କିଛି ଆଦିବାସୀ ଶିକ୍ଷିତ ଯୁବକ ଓ ଯୁବତୀମାନେ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଫୁଲବାଣୀର ସରକାରୀ ମେଡିକାଲ୍ କଲେଜକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଭେଷଜ ମହାବିଦ୍ୟାଳୟ ନାମରେ ନାମିତ କରାଯିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏନେଇ ସ୍ଥାନୀୟ ଗାୟତ୍ରୀ ମନ୍ଦିର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ସ୍ୱାମୀଜୀଙ୍କ ଅନୁଗାମୀ ଆଦିବାସୀ ସମ୍ପ୍ରଦାୟର ଯୁବକ ଯୁବତୀ ମାନେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ ଦିଆଯାଇଛି । ସେହିଭଳି ତୁମୁଡ଼ିବନ୍ଧ ଜଲେଶପଟା ଆଶ୍ରମ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ଘୋଷଣା ପାଇଁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଛି । ଦୀର୍ଘ ୪୦ ବର୍ଷ ଧରି କନ୍ଧମାଳରେ ଜନଜାତିର ବିକାଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ଦିଗରେ କାର୍ଯ୍ୟ କରୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପାଇଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଇଛି ।

Leave A Reply

Your email address will not be published.