jayashree

ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସø୍‌) : ବଲାଙ୍ଗିର ସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ର ମିଳିତ ଉଦ୍ୟମରେ ଏକ ଦିନିଆ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀଙ୍କ ସଂଯୋଜନାରେ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଧିକାରୀ ବିକ୍ରମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ତାଲିମ ହୋଇଥିଲା । ତାଲିମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ୍ ପରିବୀକ୍ଷକ ଅଧିକାରୀ ଦିଗମ୍ବର କର ଅତିଥି ଓ ପ୍ରଶିକ୍ଷକ ମାନଙ୍କୁ ସ୍ୱାଗତ ଜଣାଇ ସମସ୍ତଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ମଦନଜିତ୍ ହୋତା କହିଲେ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଶେଷ ବ୍ୟକ୍ତି ପର୍ୟ୍ୟନ୍ତ ପହଞ୍ଚିବା ପାଇଁ ସମସ୍ତଙ୍କର ସହଯୋଗ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସକାରାତ୍ମକ ମନୋଭାବ ର ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ପରିପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ, ସିଆର୍‌ସି ଗୁରୁବକ୍ସ ଚନ୍ଦ୍ର ଜଗୋତା କହିଲେ ରାଜ୍ୟର ଏକମାତ୍ର ସିଆର୍‌ସି ବଲାଙ୍ଗିର ଠାରେ ସ୍ଥାପିତ ହୋଇ ସମସ୍ତ ଦିବ୍ବ୍ୟାଙ୍ଗ ମାନଙ୍କ ପାଇଁ ଉପକରଣ ଅସଜଡ଼ା ଅଙ୍ଗ ପ୍ରତ୍ୟଙ୍ଗକୁ ସଜଡା ଯିବା ଶ୍ରବଣ ବଧିତ ମାନଙ୍କ ଚିକିତ୍ସା, ବାକ୍ ଚିକିତ୍ସା, କୁତ୍ରିମ ଅଙ୍ଗ ଖଞ୍ଜାଜିବା ଆଦିର ବ୍ୟବସ୍ଥାର ସୁଯୋଗ ସମସ୍ତଙ୍କୁ ପହଞ୍ଚାଇବା ପାଇଁ ପ୍ରତିସୁଦ୍ଧି ବୋଲି ସମସ୍ତଙ୍କୁ ଜାଣିଥିଲେ । ଏହାପରେ ସିଆର୍‌ଏସ୍‌ ଓଡ଼ିଶାର ସୁସ୍ମିତା ଭୋଇ ତାଲିମ ର ପୂର୍ବ ଓ ପରବର୍ତୀ ଜ୍ଞାନର ପ୍ରଶ୍ନପତ୍ର ସମସ୍ତଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓପନ୍ ଲାର୍ଣିଂ ସିଷ୍ଟମର ଅଧ୍ୟକ୍ଷ ମନୋତୋଷ ବେହେରା କହିଲେ ଦିବ୍ୟାଙ୍ଗ ଅଧିକାର ଆଇନ୍ ୨୦୧୬,୨୧ ପ୍ରକାର ଦିବ୍ୟାଙ୍ଗ, ସରକାରଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ, ଆନୁଷ୍ଠାନିକ ବାଧା, ଶିକ୍ଷାରେ ବାଧା, ସାମାଜିକ ଓ ସାଂସ୍କୃତିକ ବାଧା,ଆର୍ଥିକ ବାଧା,ସୂଚନା ଓ ତଥ୍ୟ ଭିତ୍ତିକ ବାଧା ଶିଶୁ ମାନଙ୍କପାଇଁ ଯେଉ ସବୁ ସମସ୍ୟା ଉପୁଜିଥାଏ ଜଣାଇଥିଲେ । ଏହି ଅବସରରେ ତାଲିମଦାତା ଭାବେ ଓପନ୍ ଲର୍ନିଙ୍ଗ ସିଷ୍ଟମ୍‌ର ବରିଷ୍ଠ ସ୍ୱତନ୍ତ୍ର ପ୍ରଶିକ୍ଷକ ବିଭୂତି ଭୂଷଣ ନନ୍ଦ କହିଲେ ରେଫରାଲ୍ ପ୍ରଣାଳୀରେ ଶୀଘ୍ର ଚିଂହଟୀକରଣ, ଆକଳନ, ଚିକିତ୍ସା, ଥଇଥାନ, ଶିକ୍ଷା ଓ ସାମାଜିକ ମଙ୍ଗଲ ବ୍ୟବସ୍ତା ଉପରେ ବିଶଦ ଉପରେ ଜଣାଇଥିଲେ । ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଭିନ୍ନକ୍ଷମ ସାର୍ଟିଫିକେଟ, ୟୁଡିଆଇଡି କାର୍ଡ, ଭତ୍ତା, ବୃତ୍ତି, ଉପକରଣ, ଥେରାପୀ ସେଣ୍ଟର, ଥଇଥାନ ସେବା ବ୍ୟବସ୍ଥା, ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ଆବାସିକ ଅନୁଷ୍ଠାନ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ, ମଧୁବାବୁ ପେନସନ ଯୋଜନା, ଶିକ୍ଷାରେ ବିଭିନ୍ନ ପ୍ରକାର ସହାୟତା, ଗମନାଗମନ ପାଇଁ ରିହାତି ବ୍ୟବସ୍ଥା, ସ୍ୱାବଲମ୍ବୀ ପାଇଁ ଋଣର ବ୍ୟବସ୍ଥା, ଗ୍ରାମୀଣ ଆବାସ ଯୋଜନା, ମିଶନ କ୍ଷମତା ଉପରେ ଜଣାଇଥିଲେ । ଏହି ଅବସରରେ ପ୍ରୋଗ୍ରାମ ଅଫିସର ଆଶିଷ ନାୟକ,ସୁଧାଂଶୁ ଶେଖର କୁମ୍ଭାର,ସାମାଜିକ କର୍ମୀ ହରିବନ୍ଧୁ ରାଉତ୍, ଡଲି ବେହେରା, ଚାଇଲ୍ଡ ହେଲ୍ପ ଲାଇନ୍‌ର ସୁବୋଧ କୁମାର ପଧାନ, ଶ୍ରଦ୍ଧାଞ୍ଜଳି ସିଂ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମୀ, ଶିଶୁ ଯତ୍ନ ଅନୁଷ୍ଠାନର କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ୍ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.