
ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ସାଂସଦ, ପ୍ରାକ୍ତନ ମନ୍ତ୍ରୀ ତଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ରାଜ୍ୟ ସଭାପତି ଡ଼. ପ୍ରସନ୍ନ ପାଟ୍ଟଶାଣୀ ରାଉରକେଲା ଗସ୍ତରେ ଆସି ଆଇଟିଆଇ ଛକ ନିକଟସ୍ଥ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନରେ ଆସିଥିଲେ । ଡ. ପାଟ୍ଟଶାଣୀଙ୍କ ସାଥିରେ ପୃଥ୍ବୀ କ୍ଷତ୍ରିୟ ମହାସଂଘର ସଭାପତି ପ୍ରଫେସର ଡ. କିଶୋର ଦେବୀଦତ୍ତ ପୃଥ୍ୱୀରାଜ ପ୍ରତାପ ସିଂହ ଓ ମହାସଭାର ଉପସଭାପତି ଋଷିନାଥ ବିଶ୍ୱାଳ ପ୍ରମୁଖ ହକିଛକ ନିକଟରେ ପହଞ୍ଚିବା ପରେ ସେଠାରେ ଉତ୍କଳ କୁମାର ବିଶ୍ୱାଳ, ରଞ୍ଜିତ ବିଶ୍ୱାଳ, ରଞ୍ଜନ ସିଂ, ବିଭୁତି ପାଇକରାୟ, ମାନସ ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀ ପହଞ୍ଚି ଡ. ପାଟ୍ଟଶାଣୀ, ଡ. ପ୍ରତାପ ସିଂହ, ଶ୍ରୀ ବିଶ୍ୱାଳଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଅର୍ପଣ କରି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେଠାରୁ ଏକ ଶୋଭାଯାତ୍ରାରେ ମହାସଭା କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ଡ. ପାଟ୍ଟଶାଣୀ ଓ ଡ. ପ୍ରତାପ ସିଂହ ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା, ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଯୁବ ନେତୃତ୍ୱର ଆବଶ୍ୟକତା ତଥା ମହାସଭାର ବିଭିନ୍ନ ସମସ୍ୟାର ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମହାସଭାର ପ୍ରାକ୍ତନ ସମ୍ପାଦକ ସ୍ୱର୍ଗତ ନୃସିଂହ ଜେନାଙ୍କ ସ୍ଥାନରେ ଯୁବନେତା ରଞ୍ଜିତ ବିଶ୍ୱାଳଙ୍କୁ ସମ୍ପାଦକ ଦାୟିତ୍ୱ ସର୍ବସମ୍ମତିକ୍ରମେ ସମ୍ପାଦକ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏଥିପାଇଁ ଶ୍ରୀ ବିଶ୍ୱାଳ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଏହାସହ ଡ. ପାଟ୍ଟଶାଣୀ ଓ ସମସ୍ତ କର୍ମକର୍ତ୍ତା ଆଇଟିଆଇ ସ୍ଥିତ ତାରିଣୀ ମନ୍ଦିର ଓ ସେକ୍ଟର ୧୬ର ସୂର୍ଯ୍ୟ ନନ୍ଦିନୀ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲାଲୁ ଛେତ୍ରୀ, ସିଲୁ ଦାସ, ଆଲୋକ ମାହତୋ, କିଶନ ସିଂ, ବଣ୍ଟି ସିଂ, ରୋଶନ ସିଂ, ଅନୀଲ ମହାନନ୍ଦ, ଲଖନ ଲୋହାର, ମୋତି ସିଂ, କୌଶଲ୍ୟା, ସୁସ୍ମିତା, ସୁଷମା, ନାରାୟଣୀ, ଦିବ୍ୟା ତଥା ମହାସଭାର ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରମୁଖଙ୍କ ସହ ଶତାଧିକ ଭାଇ ଓ ମହସଭା ନିକଟରେ ଥିବା ସମସ୍ତ ଦୋକାନୀ ଭାଇମାନେ ଉପସ୍ଥିତ ଥିଲେ ।