jayashree

ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର ପରିସରରେ ଯୁବ ରେଡ଼କ୍ରସ ତରଫରୁ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମର ସମସ୍ତ ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ସଂଯୋଜକମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲ୍ଲା ସଂଯୋଜକ ଡ. ଜଗଦୀଶ ପାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ଯୁବରେଡକ୍ରସ ପରାମର୍ଶଦାତ୍ରୀ ଡ. ଡାଏନା ପ୍ରଧାନ ପ୍ରାକ ସୂଚନା ପ୍ରଦାନ କରିଥିଲେ । ଊକ୍ତ ଅବସରରେ ମୁଖ୍ୟ ଅତିଥି ତଥା ଯୁବ ରେଡ଼କ୍ରସ ରାଜ୍ୟ ସଂଯୋଜକ ଗୋପାଳ ମିଶ୍ର ନିଜ ଉଦବୋଧନରେ ରେଡକ୍ରସ କିପରି ଏକ ଆନ୍ତର୍ଜାତିକ ଆନ୍ଦୋଳନରେ ପରିଣତ ହୋଇଛି । ତାହା ଦର୍ଶାଇଥିଲେ । ଅନ୍ୟତମ ଅତିଥି ସ୍ୱେଚ୍ଛାସେବୀ ସଂଗଠନ ଅରୁଣାର ନିର୍ଦ୍ଦେଶକ ଲୋକନାଥ ମିଶ୍ର ଯୋଗଦେଇ ରେଡକ୍ରସର ବ୍ୟାପକ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ । ଉକ୍ତ ଉତ୍ସବକୁ ମହାବିଦ୍ୟାଳୟ ସଂଯୋଜିକା ଶ୍ରୀମତୀ ସାପା ରଞ୍ଜିତା ରାଣୀ ସଂଯୋଜନ କରିବା ସହ ଜିଲ୍ଲା ସଂଯୋଜିକା ତଥା ଉଦ୍ଭିଦ ବିଜ୍ଞାନ ଅଧ୍ୟପିକା ଡ. ମିଲିମିତା ପାଢ଼ୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଗଞ୍ଜାମ ଜିଲ୍ଲା ଯୁବରେଡକ୍ରସର ପ୍ରାକ୍ତନ ସଂଯୋଜକ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ୱିତୀୟ ବୈଷୟିକ ଅଧିବେଶନରେ ଜିଲ୍ଲା ମୋଟରଯାନ ନିରୀକ୍ଷକ ରୋହିତ କୁମାର ପଣ୍ଡା ମୁଖ୍ୟବକ୍ତା ଏବଂ ସହାୟକ ଅଗ୍ନି ନିର୍ବାପକ ଅଧିକାରୀ ଧନଞ୍ଜୟ ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥା ସହ ଯୋଗସୂତ୍ର ରକ୍ଷାକରି ସକରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଅଧ୍ୟକ୍ଷ ତଥା ସଂଯୋଜିକା, ସଂଯୋଜକମାନେ ନିଜ ନିଜର ମତାମତ ରଖିବା ସହ ନିଜ ସ୍ତରରେ ରେଡକ୍ରସ କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ବଦ୍ଧ ପରିକର ହୋଇଥିଲେ । ଡ଼. ମିଲିମିତା ପାଢ଼ୀଙ୍କ ପ୍ରତକ୍ଷ ସଂଯୋଜନାରେ ଆୟୋଜିତ ଉକ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ଅଧ୍ୟକ୍ଷ ଡ. ତ୍ରିପାଠୀ ସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.