jayashree

ଦେଶଭକ୍ତି, ଜାତୀୟ ଏକତା, ସହିଦମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ବିଜେପିର ଲକ୍ଷ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶ ମାତୃକାର ସମ୍ମାନାର୍ଥେ, ବୀର ସୈନିକଙ୍କ ସାହାସ ଓ ବଳିଦାନକୁ ସମ୍ମାନ ଜଣାଇ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା ଯାତ୍ରା ରାଉରକେଲାର ବିଶ୍ରା ଛକ ଠାରୁ ଆରମ୍ଭ ହୋଇ ସ୍ଥାନୀୟ ମାର୍କେଟ ପରିକ୍ରମା କରି ପୁଣି ବିଶ୍ରା ଛକକୁ ଫେରିଆସିଥିଲା । ବରିଷ୍ଠ ନେତୃମଣ୍ଡଳୀ ଓ କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ତ୍ରିରଙ୍ଗା ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି -: ଦେଶଭକ୍ତି ଓ ଜାତୀୟତାର ଭାବନାକୁ ଯୁବପିଢ଼ି ମଧ୍ୟରେ ଜାଗ୍ରତ କରିବା, ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଗୌରବ ବଢ଼ାଇବା, ସ୍ୱାଧୀନତା ସଂଗ୍ରାମୀ ଓ ସହିଦମାନଙ୍କର ବଳିଦାନକୁ ସ୍ମରଣ ଓ ସମ୍ମାନ କରିବା, ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାର ବାର୍ତ୍ତା ପହଞ୍ଚାଇବା, ଭାରତର ଏକତା ଓ ବିବିଧତାର ପ୍ରତୀକ ଭାବନାକୁ ଜନତାଙ୍କ ହୃଦୟରେ ଜାଗ୍ରତ କରିବା, ସ୍ୱାଧୀନତା ଦିବସରେ ଜନସାଧାରଣଙ୍କୁ ଜାତୀୟ ଉତ୍ସବରେ ସାମିଲ କରିବା ଏବଂ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାର ଭାବନାକୁ ପ୍ରୋତ୍ସାହିତ କରିବା । “ତ୍ରିରଙ୍ଗା ଯାତ୍ରା କେବଳ ଏକ ଶୋଭାଯାତ୍ରା ନୁହେଁ; ଏହା ଦେଶଭକ୍ତି, ଜାତୀୟ ଏକତା, ସହିଦମାନଙ୍କ ପ୍ରତି କୃତଜ୍ଞତା ଏବଂ ଶକ୍ତିଶାଳୀ ଓ ଏକତ୍ରିତ ଭାରତ ଗଠନର ସଂକଳ୍ପର ପ୍ରତୀକ ବୋଲି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣମା କେରକେଟା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା କେରକେଟାଙ୍କ ସମେତ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଡ଼ଃ. ଗୁରିନ୍ଦର ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ରଂଜିତ ନାୟକ, ନିରଞ୍ଜନ ମହନ୍ତ, ଉପସଭାପତି ମନୋଜ ସେନାପତି, ଶ୍ରୀମତୀ ପଦ୍ମିନୀ ଦାଶ, ଅମରେନ୍ଦ୍ର ନାଥ ଶର୍ମା, ସତ୍ୟପ୍ରିୟ ସାହୁ, କାର୍ଯ୍ୟାଳୟ ସମ୍ପାଦିକା ଶ୍ରୀମତୀ ନିନା ଷଡଙ୍ଗୀ, ଜିଲ୍ଲା କୋଷାଧ୍ୟକ୍ଷ ସତ୍ୟ ଶର୍ମା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅବିନାଶ ବ୍ରହ୍ମ, କୃଷକ ମୋର୍ଚ୍ଚା ସଭାପତି ଅନିଲ୍ ମହନ୍ତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନିରଜ ଚତୁର୍ବେଦୀ, ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା, ଅଜୟ କଂସାରି, ଜିଲ୍ଲା ଅନ୍ତର୍ଗତ ମଣ୍ଡଳ ଗୁଡିକର ସଭାପତି ମାନଙ୍କ ସମେତ ମଣ୍ଡଳ ପଦାଧିକାରୀ ବୃନ୍ଦ ଏବଂ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ତଥା ସମର୍ଥକ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.