jayashree

ଜେମାମଣୀ ଦାଶଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶନିବାର ସକାଳ ୭ଟା ସମୟରେ ଘନିପୁର (ଘୋରଡିଆ )ନିବାସୀ ସ୍ଵର୍ଗତ ଡଃ. ନବ କିଶୋର ଦାଶଙ୍କ ଧର୍ମପତ୍ନୀ ଜେମାମଣି ଦାଶଙ୍କର ସର୍ପ ଦଂଶନରେ ମୃତ୍ୟୁ ବରଣ ହୋଇଯାଇଛି । ମୃତ୍ୟୁ ବେଳକୁ ତାଂକୁ ୭୪ବର୍ଷ ବୟସ ହୋଇଥିଲା । ସେ ଜଣେ ମେଳାପି, ଧର୍ମ ପରାୟଣ, ପରପୋକାରୀ ମହିଳା ଥିଲେ । ତାଙ୍କର ବଡ଼ ଝିଅ ଲକ୍ଷ୍ମୀ ପ୍ରିୟା ଦାଶ ଜଣାଶୁଣା ଲେଖିକା, ସମାଜ ସେବୀ, ଶିକ୍ଷୟିତ୍ରୀ ଅଟନ୍ତି । ମୃତ୍ୟୁ ସମୟରେ ତାଙ୍କର ପାଖରେ ବଡ଼ଝିଅ ଜ୍ୱାଇଁ, ପୁଅ ବୋହୁ ଓ ପୁତୁରା ନାତି ନାତୁଣୀ ସମସ୍ତେ ଉପସ୍ଥିତ ରହି ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ଶବ ସଂସ୍କାର କରାଇଥିଲେ । ଏହି ଧାର୍ମିକ ପରାୟଣ ମହିଳାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାରଛାୟା ଖେଳିଯାଇଛି । ବହୁମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଗ୍ରାମବାସୀ ବୃନ୍ଦ, ବନ୍ଧୁ ପରିବାର ବର୍ଗ ଶୋକାକୁଳ ପରିବେଶରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.