
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ୍ ଫୁଟ୍ବଲ୍ ଚମ୍ପିୟାନସିପ୍ର ଦ୍ୱିତୀୟ ସେମି ଫାଇନାଲ ଖେଳ ସୋମବାର ଦିନ ଆଦିବାସୀ ମହାବିଦ୍ୟାଳୟ ବନାମ ପାକୁଲଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘର ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ଉପଦେଷ୍ଟା ଦେବବ୍ରତ ସିଂହଦେଓ ଯୋଗ ଦେଇ ପ୍ରଥମ ସଟ ମାରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଖେଳାଳୀ ମାନଙ୍କ ସହ ପରିଚିତ ହୋଇଥିଲେ । ଏହି ମ୍ୟାଚ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ଅସମର୍ଥ ହେବାରୁ ପେନାଲଟିକ୍ ସୁଟ୍ ଜରିଆରେ ୪-୩ ଗୋଲରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ହୋଇଥିଲା । ଏଥିରେ ରେଫେରୀ ଭାବେ ସଞ୍ଜୟ ବେହେରା, ଇଲିଆସ ଦିଗାଳ, ମିଥୁନ ନାୟକ, ଦେବେନ୍ଦ୍ର ଦଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ମ୍ୟାଚ୍କୁ ସୂଚାରୁ ଭାବେ ପରିଚାଳନା କରିଥିଲେ । ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସେକ ସାଦିକ, ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଫାଇନାଲ ମ୍ୟାଚ ଆଦିବାସୀ ମହାବିଦ୍ୟାଳୟ ବନାମ ସିନ୍ଦ୍ରିଗାଁ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।