oom

ଉପରଝର ଗାଁ ମୁହଁରେ ଗଦା ଗଦା ଅଳିଆ ଆବର୍ଜନା : ସଫେଇ କରିବାକୁ ଦାବୀ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁ ମୁହଁରେ ରହିଛି ଗଦା ଗଦା ଅଳିଆ ଆବର୍ଜନା । ଆବର୍ଜନା କୁଣ୍ଡ ନଥିବାରୁ ଲୋକେ ବାଧ୍ୟ ହୋଇ ରାସ୍ତା କଡ଼ରେ ଆବର୍ଜନା ପକାଉଥିବା ଦେଖିବାକୁ ମିଳୁଛି । ଖୋଦ୍ ପଞ୍ଚାୟତ ନିକଟରେ ମଧ୍ୟ ଅଳିଆ ଆବର୍ଜ୍ଜନା ପରିପୂର୍ଣ୍ଣ ହୋଇ ପଡ଼ିରହିଛି ନଳକୂପ ନିକଟରେ ଅଳିଆ ପଡ଼ି ରହିଥିବାରୁ ପରିବେଶ ପ୍ରଦୂଷଣ ହେବା ସହ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ଦେଖାଦେଇଛି । ଉପରଝର ପଞ୍ଚାୟତ ମୁଖ୍ୟ ଛକରେ ମଧ୍ୟ ସମାନ ଅଵସ୍ଥା ଅପରପକ୍ଷେ ସରକାର ପଞ୍ଚାୟତମାନଙ୍କୁ ସ୍ଵଚ୍ଛ ଭାରତ କାର୍ୟ୍ୟକ୍ରମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଛନ୍ତି ହେଲେ ପ୍ରକୃତ ପଞ୍ଚାୟତ ତରଫରୁ ଆଜି ପର୍ୟ୍ୟନ୍ତ ସଫେଇ କାର୍ୟ୍ୟକ୍ରମକୁ ନେଇ କୌଣସି କାାମ ହେଉନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏଣୁ ଏଥିପ୍ରତି ତୁରନ୍ତ ପଞ୍ଚାୟତ କତୃପକ୍ଷ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.