
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଡୁମେରପିଟା ସ୍ଥିତ କଲ୍ୟାଣ ମଣ୍ଡପ ସଭାଗୃହରେ ଜିଲ୍ଲା କଳା କଳାକାର ସମନ୍ୱୟ ସମିତି, ବଲାଙ୍ଗିର ପକ୍ଷରୁ ଲୋକକଳା ପ୍ରଚାରକ ବରିଷ୍ଠ ସଂକୀର୍ତ୍ତନ୍ୟ ତଥା କରମସାନୀ ଗାୟକ ସ୍ୱର୍ଗତ ଶଙ୍କର ବଗର୍ତ୍ତୀଙ୍କ ପରଲୋକ ହୋଇଥିବାରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ କଳାକାର ସମନ୍ୱୟ ସମିତିର ସଭାପତି ଗୁରୁଶ୍ରୀ ପରମାନନ୍ଦ ମାଝୀ ସ୍ମୃତି ଉଚ୍ଚାରଣରେ କହିଲେ, ସେ ଜଣେ ମେଳାପୀ ଅମାୟିକ ବ୍ୟକ୍ତିତ୍ୱ ସହିତ ୫୦ରୁ ଉର୍ଦ୍ଧ୍ୱ ଦଳର ଗୁରୁ ପଦବାଚ୍ୟ ହୋଇଥିଲେ । ଶତାଧିକ ସଂକୀର୍ତନ୍ୟ, କରମସାନୀ ଗାୟକ ଓ ବାଦକ ଚାଲା ସୃଷ୍ଟି କରିଯାଇଛନ୍ତି । ସେ ଶେଷ ସମୟ ପର୍ଯ୍ୟନ୍ତ କଳା ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ ଦେଇ ଗୀତରେ ସତଶିକ୍ଷା, ଭକ୍ତି ଭାବନା ଓ କଳାର ବିବର୍ତ୍ତନ ଉପରେ ସର୍ବଦା ଚେଷ୍ଟା ଜାରି ରଖିଥିଲେ । ଜଣେ ପଶ୍ଚିମ ଓଡ଼ିଶାର କଳାକାର ଭାବେ ବେଶ ଜଣାଶୁଣା । ତାଙ୍କର ଆତ୍ମା ସଦଗତି ଲଭୁ ବୋଲି ଶେଷରେ ସ୍ମୃତିଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ଜିଲ୍ଲା କଳାକଳାକାର ସମନ୍ୱୟ ସମିତି, ବଲାଙ୍ଗିର ଉପସଭାପତି ସୁଦାମ ବିଶି, ସମ୍ପାଦକ ସତ୍ୟ ବନଛୋର, ତ୍ରିଲୋଚନ ସେଠ ପ୍ରମୁଖ ଗୁରୁ ପରମ୍ପରାଧାରାର ଲୋକକଳା କେମିତି ଆଗାମୀଦିନରେ ବଞ୍ଚାଯାଇ ପାରିବା ସହିତ କଳାର ପରିମାର୍ଜିତ ହେଲେ କଳା ଓ କଳାକାର ବିକାଶ ହେବ ଓ ସ୍ୱର୍ଗତ ବଗର୍ତ୍ତୀଙ୍କ ସ୍ୱପ୍ନ ସାକାର ହେବ ବୋଲି ମତ ପ୍ରକାଶ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାର ପ୍ରାରମ୍ଭରେ ସ୍ୱର୍ଗତ ବଗର୍ତ୍ତୀଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାଥନା କରିବା ସହିତ ସଂକୀର୍ତ୍ତନ୍ୟ ଓ କରମସାନୀ ଲୋକଗୀତରେ ଗୁରୁ ବନ୍ଦନା କରିଥିଲେ । ଜିଲ୍ଲାର କୋଣ ଅନୁକୋଣରୁ ଅନେକ କଳାକାର ଉପସ୍ଥିତ ଥିବାବେଳେ ଏହି ସ୍ମୃତି ସଭାରେ ମିତ୍ରଭାନୁ ମାଝୀ, ତ୍ରିନାଥ କମ୍ପ, ଡମ୍ବରୁ ଧାରୁଆ, ଲକ୍ଷ୍ମଣ ବଗର୍ତ୍ତୀ, କଳ୍ପତରୁ ନାଗ ପ୍ରମୁଖ ସହଯୋଗ ରହିଥିଲା ବେଳେ କାର୍ଯ୍ୟକାରୀ ସଭାପତି ଭେଙ୍କେଟଶ୍ୱର ଦାସ ଶ୍ରଦ୍ଧାଞ୍ଜଳି ସଭାକୁ ପରିଚାଳନା କରିଥିଲେ ।