
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବର୍ଷା ଧୋଇନେଲା ରାସ୍ତା । ରାସ୍ତାର ଅବସ୍ଥା ଶୋଚନୀୟ ଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଦମନିଚୁଆଁ ଗ୍ରାମରୁ ଢୋଲମାନ୍ଦଳ ଗ୍ରାମକୁ ଯିବା ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ଲଗାଣ ବର୍ଷା ଯୋଗୁଁ ଦମନିଚୁଆଁରୁ ଢୋଲମାନ୍ଦଳକୁ ସଂଯୋଗ କରୁଥିବା ରାସ୍ତାର ଅନେକ ସ୍ଥାନ ଧୋଇ ନେଇଛି । ରାସ୍ତାର ଏଭଳି ଦୟନୀୟ ଅବସ୍ଥା ସତ୍ତ୍ୱେ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇନଥିବା ଅଭିଯୋଗ ହୋଇଛି । ଗତ ରାତିରେ ଏହି ରାସ୍ତାରେ ଜଣେ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ଦମନିଚୁଆଁ ଗ୍ରାମର ହେମନ୍ତ ମାଝୀ ବୋଲି ସୂଚନା ମିଳିଛି । ରାସ୍ତାର ଦୂରବସ୍ଥା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ତୁରନ୍ତ ରାସ୍ତା ମରାମତି କରିବା ସହ ଦାୟୀ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି । ରାସ୍ତାର ଅବସ୍ଥା ଶୋଚନୀୟ ଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଦମନିଚୁଆଁ ଗ୍ରାମରୁ ଢୋଲମାନ୍ଦଳ ଗ୍ରାମକୁ ଯିବା ରାସ୍ତାରେ ଘଟିଛି ଏହି ଦୁର୍ଘଟଣା ।