jayashree

ଟିଟିଲାଗଡ଼ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କ ପାଇଁ ମଧ୍ୟ ପ୍ରତିଭା ବିକାଶର ସୁଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ସୁପ୍ରତିଷ୍ଠିତ ଶିକ୍ଷାବିତ୍, ସମାଜସେବୀ ତଥା ଓମ୍ ଭ୍ୟାଲି ବିଦ୍ୟାଳୟର ପ୍ରତିଷ୍ଠାତା ଲାୟନ୍ ଦୀପକ କୁମାର ସାହୁଙ୍କ ଅକ୍ଲାନ୍ତ ପ୍ରୟାସରେ ପ୍ରତିଷ୍ଠିତ ସିବିଏସ୍‌ଇ ଅନୁବନ୍ଧିତ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଶିକ୍ଷା ସହିତ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ପାଇଁ ଉତ୍କୃଷ୍ଟତମ ମାର୍ଗଦର୍ଶନ ପ୍ରଦାନ କରାଯାଇଥାଏ । ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକମାନଙ୍କୁ ମଧ୍ୟ ସବୁ ପ୍ରକାର ସୁବିଧା ଓ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଏହାର ଏକ ଉଜ୍ଜ୍ୱଳ ଉଦାହରଣ ହେଉଛନ୍ତି ବିଦ୍ୟାଳୟର ଶିକ୍ଷକ ପରମେଶ୍ୱର ଦୀପ ଯିଏ ସାମ୍ପ୍ରତିକ ସମୟରେ ପ୍ରତିଷ୍ଠିତ ୟୁଜିସି-ନେଟ୍‌ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ଜାରି ହୋଇଥିବା ପ୍ରମାଣପତ୍ର ଅନୁସାରେ, ଶ୍ରୀ ଦୀପ ଆସିଷ୍ଟାଣ୍ଟ ପ୍ରୋଫେସର୍‌ ପଦବୀ ପାଇଁ ଯୋଗ୍ୟତା ଏବଂ ପିଏଚ୍‌.ଡି.ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସଫଳତା କ୍ରମରେ ବିଦ୍ୟାଳୟର ଆଉ ଦୁଇ ଜଣ ଶିକ୍ଷୟିତ୍ରୀ ମଧ୍ୟ ପଦୋନ୍ନତି ପାଇଛନ୍ତି । ସିନିୟର ଶାଖାର ଶ୍ରୀମତୀ ସରିତା ମହାପାତ୍ର ଏବଂ ଜୁନିୟର ଶାଖାର ନିଶି ବେରିଙ୍କୁ ଭାଇସ୍ ପ୍ରିନ୍ସିପାଲ୍ ପଦବୀରେ ପଦୋନ୍ନତି ଦିଆଯାଇଛି । ଏହି ପଦୋନ୍ନତି ସେମାନଙ୍କ ଦୀର୍ଘଦିନର ଶିକ୍ଷାନୁଷ୍ଠାନ ପ୍ରତି ଉତ୍ସର୍ଗୀକୃତ ମନୋଭାବ, ନିଷ୍ଠାପର କାର୍ଯ୍ୟଦକ୍ଷତା ଓ ନିଃସ୍ଵାର୍ଥପର ସେବା, କର୍ମଠ ତାର ପରିଚାୟକ । ଶିକ୍ଷାନୁଷ୍ଠାନର ସଭାପତି ଲାୟନ୍ ଦୀପକ୍ କୁମାର ସାହୁ ଏହି ସମସ୍ତ ସଫଳତାକୁ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ପାଇଁ ଗର୍ବର ବିଷୟ ବୋଲି ଉଲ୍ଲେଖ କରି କହିଛନ୍ତି ଯେ, ଏହା ସମସ୍ତଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ଅଧ୍ୟବସାୟର ପ୍ରତିଫଳନ । ଆହୁରି କହିଛନ୍ତି ଯେ, ଶିକ୍ଷାନୁଷ୍ଠାନ ଅନ୍ୟ ଶିକ୍ଷକମାନଙ୍କୁ ମଧ୍ୟ ଏହିପରି ଉଚ୍ଚ ଶିକ୍ଷାଗତ ଓ ବୃତ୍ତିଗତ ଲକ୍ଷ୍ୟ ହାସଲ କରିବାରେ ପ୍ରୋତ୍ସାହିତ ଓ ସହଯୋଗ କରିଥାଏ, ଯାହା ଫଳରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଉଭୟଙ୍କର ସାମଗ୍ରୀକ ବିକାଶ ସୁନିଶ୍ଚିତ ହୁଏ । ଏହି ଅବସରରେ ଶିକ୍ଷାନୁଷ୍ଠାନର ସଭାପତି ପରମେଶ୍ୱର ଦୀପଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ଓ ସରିତା ମହାପାତ୍ର ଓ ନିଶି ବେରିଙ୍କୁ ଭବିଷ୍ୟତ ପାଇଁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ନାଗା ଏମ୍‌ ମାଲେଶ୍ଵର୍ ରାଓ, ମୁଖ୍ୟ ପରାମର୍ଶଦାତା ଡ. ରୋବିନ ଚନ୍ଦ୍ର ପରମାଣିକଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.