jayashree

ଅଙ୍କୁର ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଙ୍କୁର ଶିଶୁ ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ ଖୁଜେନପାଲି ବଲାଙ୍ଗିର ଠାରେ ଶିଶୁମାନଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠୋତ୍ସବରେ ଅଙ୍କୁର ଶିଶୁ ସାହିତ୍ୟ ସଂସଦର ସଭାପତି କସ୍ତୁରୀ ରଥ ସଭାପତିତ୍ୱ କରି ଶିଶୁମାନଙ୍କର ଅନ୍ତଃନିହିତ, ଶିଶୁ ସୁଲଭ କବି ପ୍ରତିଭାକୁ ପ୍ରଶଂସିତ କରି ଜନ୍ମ ଦିବସ, ବିବାହ ଦିବସ ମାନଙ୍କରେ ଛୋଟ ଛୋଟ କବିତା ମାଧ୍ୟମରେ ଶୁଭେଚ୍ଛା ଜଣାଇବା ପାଇଁ ପରାମର୍ଶ ଦେଇଥିଲେ । ସଂପାଦକ ଡା. ଅଶୋକ କୁମାର ସେଠୀ ଅନୁଷ୍ଠାନ ଗଠନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସହ ସଂପାଦକ ସୁରଥ ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଡ. ସୁଶାନ୍ତ କୁମାର ପଧାନ, ତରୁଣ ତ୍ରିପାଠୀ, ନେତ୍ରାନନ୍ଦ ପାଣିଗ୍ରାହୀ, ଦୁର୍ଗାଚରଣ ସାହୁ, ଶୀତାଂଶୁ ନାୟକ, ଗୁରୁଜୀ / ଗୁରୁମା, ଭାଇ/ଭଉଣୀମାନେ ଉପସ୍ଥିତ ଥିଲେ ଶିଶୁ କବି ଶୁଭମ୍‌ ଷଡଙ୍ଗୀ, ଅର୍ଚ୍ଚିତ ବଡମାଲି, ଅନ୍ୱେଷା ମିଶ୍ର, ଗାୟତ୍ରୀ ରଣା, ଦିପିକା ସାହୁ, ନୈାକାନ୍ତି ବାଗ, ରାଜେଶ୍ୱରୀ ଦାସ, ମେଘାରାଣୀ ବ୍ରହ୍ମା, କସ୍ମିରା ନାଏକ, ପ୍ରତିଜ୍ଞା ନାଏକ, ଚଳନ ମିଶ୍ର, ଅର୍ପିତା ପଟେଲ, ଗୌତମ ବିଶୋଇ, ସ୍ନେହାରାଣୀ ଖୁଆସ, କବିତା ପଠନ କରିଥିଲେ, ଅଂଶୁମାନ ମହାପାତ୍ର ଓ ଆଦ୍ୟାଶା ସାହୁ କବିତା ଗୁଡିକୁ ସଂଯୋଜନା କରିଥିଲେ । ପରିଶେଷରେ ବିଦ୍ୟାଳୟର ସଂଯୋଜକ ସମ୍ବିତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.