jayashree

ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ୬୩ ତମ ପୂଣ୍ୟତିଥି ଆରଧନା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ୬୩ ତମ ପୂଣ୍ୟ ତିଥି ଆରଧନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁଶୀଲ କୁମାର ମିଶ୍ରଙ୍କ ସଭାପତିତ୍ୱ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମ ସାକ୍ଷାତକାର ନନ୍ଦଜୀ ମହାରାଜ ଯୋଗଦେଇ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ଜୀବନାଦର୍ଶ, ସେ ଦେଇଯାଇଥିବା ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ବ୍ରହ୍ମ କିପରି ବ୍ୟାପକ, ସୃଷ୍ଟି ସ୍ଥିତି ପ୍ରଳୟ ଭକ୍ତି ଭଗବାନ, ବିଶ୍ୱର ଦୁଃଖ ଓ ରଙ୍କିଙ୍କୁ ଉଦ୍ଧାରିବା ପାଇଁ ସ୍ୱାମୀ ଶିବାନନ୍ଦଜୀ କିପରି ଦେହତ୍ୟାଗ କରିଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଯୋଗ ପ୍ରାଣାୟାମ, ପାଦ ପୂଜା, ପାଦୁକା ସେବନ, ବାଳ ଭୋଗ, ଗଣେଶ କୀର୍ତ୍ତନ, ଗୁରୁ ସ୍ତ୍ରୋତ୍ର, ଶାନ୍ତି ପାଠ, ଜପ, ସ୍ୱାଧ୍ୟାୟ, ହନୁମାନ ଚାଳିଶା, ଭଜନ କୀର୍ତ୍ତନ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରକାଶ କୁମାର ପଣ୍ଡା, ପାଣ୍ଡବ ବେହେରା, ସୁରେନ୍ଦ୍ର ବେହେରା, ଦିଗମ୍ବର ପାଢ଼ୀ, କାର୍ତ୍ତିକ ବରାଳ, ସର୍ବେଶ୍ଵର ମାନସିଂହ, ବି ଅଗ୍ରୱାଲ, ରାଜେନ୍ଦ୍ର ନାରାୟଣ ହୋତା, ଅମୀୟ ବିଶ୍ୱାଳ, ଆର୍‌ ଏନ୍ ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ, ଚିନ୍ମୟ ଦାଶ, ବ୍ରଜ କିଶୋର ପାଣି, ଗଗନ ବିହାରୀ ନନ୍ଦ, କେଦାର ବେହେରା, ବାଳକୃଷ୍ଣ ମହାରଣା, ଜ୍ୟୋତି ମହାନ୍ତି, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରବିନ୍ଦ୍ର କୁମାର ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.