jayashree

ପଦ୍ମପୁର ଓକିଲ ସଂଘ ତରଫରୁ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘ ତରଫରୁ ଶନିବାର ଦିନ ଦେବଦର୍ହା ଶୈବପୀଠ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଆନନ୍ଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ବୟୋଜ୍ୟେଷ୍ଠ ଗୌନ୍ତିଆ କୁମାର ସାହୁ ଓ ସଂଘର ସଭ୍ୟ ବୃନ୍ଦ ତଥା ବନ ବିଭାଗର ରେଞ୍ଜର ରମେଶ ସାହୁ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ସାହୁ, ପ୍ରକୃତି ବନ୍ଧୁ ମୀନକେତନ ସାହୁଙ୍କ ବ୍ୟତୀତ ବହୁ କର୍ମୀ ଓ ସଂଗଠକ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସଂଘର ଏହି ମହତ କାର୍ଯ୍ୟକୁ ଅଞ୍ଚଳର ସମସ୍ତେ ପ୍ରଶଂସା କରିଛନ୍ତି । ଶେଷରେ ଓକିଲ ସଂଘର ସମ୍ପାଦକ ହରିଶଙ୍କର ସିଂହ ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତେ ସହଯୋଗ କରି ସଫଳ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.