
ବଲାଙ୍ଗିର, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡ଼ା ଗ୍ରାମର ବରିଷ୍ଠ ଧର୍ମ ପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତା କ୍ଷିତିସୂତା ମିଶ୍ର ଜଣେ ଧର୍ମପରାୟଣା, ସରଳ, ସ୍ନେହମୟୀ ଓ ପରୋପକାରୀ ମହିଳା ଭାବେ ସୁପରିଚିତ ଥିଲେ । ତାଙ୍କ ଜୀବନ ଧାର୍ମିକ ଆଦର୍ଶ, ମାନବିକ ମୂଲ୍ୟବୋଧ ଓ ସାମାଜିକ ସେବା ପ୍ରତି ସମର୍ପିତ ଥିଲା । ତାଙ୍କର ମଧୁର ବ୍ୟବହାର ଓ ସହୃଦୟତା ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ତାଙ୍କର ସ୍ୱାମୀ ସ୍ୱର୍ଗତ କ୍ଷମାନିଧି ମିଶ୍ର ଏବଂ ବଡପୁଅ ସ୍ୱର୍ଗତ ପଞ୍ଚା ମିଶ୍ର ପୂର୍ବରୁ ଇହଧାମ ତ୍ୟାଗ କରିଛନ୍ତି । ସେ ତାଙ୍କର ଦୁଇ ପୁଅ ବିଜୟ ଓ ଦିଲୀପ, ତିନି ଝିଅ ଯାଜ୍ଞସିନି, ଅଞ୍ଜଳି ଓ ସୁରୁଚି, ପୁତ୍ର ବଧୂ କୁନୀ, ବାସନ୍ତୀ, ବିଷ୍ଣୁ ପ୍ରିୟା, ନାତି ସ୍ୱାଗତ, ସ୍ୱାଧୀନ, କାହ୍ନା, କୃଷ୍ଣା, ହର ପ୍ରସାଦ, ନାତୁଣୀ ସ୍ଵାଗତିକା, ଶକ୍ତି ସାଧନା(ଟ୍ୱିଙ୍କିଲ)ଙ୍କ ସମେତ ଏକ ବିରାଟ ପରିବାର ଛାଡ଼ି ଯାଇଛନ୍ତି । ଗାଁ ନିକଟସ୍ଥ ଗୌରମୁଡା ଠାରେ ତାଙ୍କର ଶବ ସତ୍କାର କରାଯାଇଥିଲା । ପୁଅ ବିଜୟ ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ପରିବାରର ସଦସ୍ୟ, ସମ୍ପର୍କୀୟ, ଶୁଭେଛୁ ଓ ଅଞ୍ଚଳର ବହୁ ଲୋକ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।