jayashree

ଭୂଷଲାଡ଼ ଭୀମଭୋଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମର୍ଦ୍ଧନା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ଗ୍ରାମରେ ଥିବା ଭୀମଭୋଇ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କୁ ବିଦ୍ୟାଳୟସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ବର୍ତ୍ତମାନ କାର୍ଯ୍ୟଭାର ତୁଲାଉଥିବା ପ୍ରଧାନଶିକ୍ଷକ କବିରାଜ ସାହୁଙ୍କ ତତ୍ତ୍ଵାବଧାନରେ ଏହି ସଭା ଆୟୋଜନ କରାଯାଇଥିଲା । ଭୂଷଲାଡ ପଞ୍ଚାୟତ ସରପଞ୍ଚ ଦୀପକ୍ ଛୁରା, ଆଲୁମିନି ସଭାପତି ଯୁବରାଜ ବେହେରା, ବିଦ୍ୟାଳୟର ସମସ୍ତ ପୂର୍ବତନ ଶିକ୍ଷକ ତଥା ବଙ୍ଗୋମୁଣ୍ଡା ବ୍ଲକ୍‌ର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ, ପୂର୍ବତନ ଛାତ୍ର ଓ ଗ୍ରାମବାସୀମାନେ ଉପସ୍ଥିତ ରହି ତାଙ୍କର ଅବସର ସମୟ ମଙ୍ଗଳମୟ ଓ ଆନନ୍ଦମୟ କାମନା କରିଥିଲେ । ସନ୍ତୋଷ ମିଶ୍ର ୨୬ ଅକ୍ଟୋବର ୧୯୮୯ରେ ଶିକ୍ଷକ ଭାବେ ଯୋଗଦାନ କରି ଦୀର୍ଘ ୩୬ ବର୍ଷ ଧରି ନିଷ୍ଠା, ସତ୍ୟନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାର ସହ ଶିକ୍ଷା ପ୍ରଦାନ କରି ଏହି ମଣିଷ ତିଆରି କାରଖାନାରେ ଭଲ ମଣିଷ ତିଆରି କରୁଥିଲେ । ତାଙ୍କ ଅବଦାନ ଏହି ଭୂଷଲାଡ ମାଟି ତଥା ଏହି ଅଞ୍ଚଳ ପାଇଁ ଅତୁଳନୀୟ । ୧ ଜୁଲାଇ ୨୦୨୧ରୁ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରି ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ବିକାଶ, ଶୃଙ୍ଖଳା ଓ ସାମଗ୍ରିକ ଉନ୍ନତିରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ସେ ୩୧ ଜୁଲାଇ ୨୦୨୬ରେ ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି । ପରିଶେଷରେ ବାଜା ରୋଷଣୀରେ ଗାଁ ପରିକ୍ରମା କରାଯାଇଥିଲା । ଏଥିରେ ଯୋଗେନ୍ଦ୍ର ସାହୁ, ଲୋଚନ ସାହୁ, ଜଗନ୍ନାଥ ବେହେରା, ଟିକେରାଜ୍ ସାହୁ, ତପନ ସାହୁ, ବଢ଼ିଆ ବେହେରା, ଚୁଲଧର ବେହେରା, ହସମୁଖ ସାହୁ ପ୍ରମୁଖଙ୍କ ସହ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.