
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କନଫରେନ୍ସ ହଲ ଠାରେ ପ୍ରଦାନ ଭୁବନେଶ୍ୱରଙ୍କ ଆୟୋଜନ କ୍ରମେ ଏକ ଦିନିକିଆ ପ୍ରାକୃତିକ କୃଷି ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର କୃଷି ମିତ୍ର, କୃଷି ସାଥି ଓ ଏପିସି ପ୍ରୋଗ୍ରାମର କ୍ଷେତ୍ରକର୍ମୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ସାଂପ୍ରତିକ ସମୟରେ ପରିବେଶ ଅନୁକୂଳ ପାଇଁ ପ୍ରାକୃତିକ ଉପାୟରେ କିପରି ଚାଷ କରାଯାଇପାରିବ ଓ ତାହାର ବିଭିନ୍ନ ଦିଗ ଉପରେ ତାଲିମ ଦାତା ବଡ ନାଗ ବୁଝାଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଡିପିଏମ୍ ଓଏଲ୍ଏମ୍ ବଲାଙ୍ଗିର, ବଙ୍ଗୋମୁଣ୍ଡା ବିଡିଓ ନିତୁଶ୍ରୀ ମେହେର,ଏନ୍ ଆର୍ଏମ୍ ଏକ୍ସପର୍ଟ ଆଲୋକ, ପ୍ରଦାନ ରିଜିଓନାଲ କୋଅର୍ଡିନେଟର ବିଭୂବନ୍ତ ବରାଡ, ବିପିଏମ୍ ଓଏଲ୍ଏମ୍ ସତ୍ୟପ୍ରିୟ ବେହେରା ଯୋଗଦେଇ ପ୍ରାକୃତିକ କୃଷି ଉପରେ ଆଲୋକପାତ କରି ତାଲିମାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଏପିସି ପ୍ରୋଗ୍ରାମ ମ୍ୟାନେଜର ଗୁରୁଗୋବିନ୍ଦ ସିଂହ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ ।