
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ତରଫରୁ ଆୟୋଜିତ ବିଶ୍ୱ ଆଦିବାସୀ ଦିବସ–୨୦୨୬ ଉପଲକ୍ଷେ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି । ରାୟଗଡ଼ା ଜିଲ୍ଲାର ଇଷ୍ଟଦେବୀ ମାଆ ମଝିଘରିଆଣୀଙ୍କ ମନ୍ଦିରରେ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଆବାହକମାନେ ସବୁଜ ପତାକା ଦେଖାଇ ପ୍ରଚାର ରଥର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ ବିଶ୍ୱ ଆଦିବାସୀ ଦିବସକୁ ଅଧିକ ସୁନ୍ଦର, ସଫଳ ଓ ସ୍ୱତନ୍ତ୍ର ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଏହି ପ୍ରଚାର ରଥ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଜନସାଧାରଣଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରିବ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆବାହକ ଲେଲି ମାଝୀ ଓ ଦୁର୍ଗା ମାଣ୍ଡାଙ୍ଗି, କୋଷାଧ୍ୟକ୍ଷ ବସନ୍ତ କୁମାର ପେଦେଣ୍ଟି ଓ ମଞ୍ଜୁଲା ମିଣିଆକା, ରାୟଗଡ଼ା ବ୍ଲକ୍ ଉପାଧ୍ୟକ୍ଷ ହର ପ୍ରସାଦ ହେପ୍ରୁକା, ସାମାଜିକ କର୍ମୀ ତଥା ଆଦିବାସୀ ସମାଜ ପ୍ରେମୀ ତପନ କୁମାର ପେଦେଣ୍ଟି, ରାଜ୍ୟ ଜନଜାତି ମୋର୍ଚ୍ଚାର ଉପସଭାପତି ବସନ୍ତ ଉଲ୍ଲାକା, ପୂର୍ବତନ ଓଏଏସ୍ ଅଧିକାରୀ ଗୋପୀନାଥ ସାରାକା, ମୀରାବାଲି ସରପଞ୍ଚ ଅଶୋକ ପୁଆଲା, ପୂର୍ବତନ ସରପଞ୍ଚ ମୀନାରାଓ ହିମିରିକା, ହାଲୁଆ ସରପଞ୍ଚ ତାମାରାଓ ବିଡ଼ିକା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଆମାଲୁ ବିଡ଼ିକା, କାମେଶ୍ୱର ପିଡ଼ିକା, ସମାଜସେବୀ ବିଜୟ କୁମାର ମେଲାକା, ସାମାଜିକ କର୍ମୀ ପ୍ରସାଦ ହୁଇକା, ରାୱାଲା ମାଝୀ, ସଞ୍ଜୟ ମାଣ୍ଡାଙ୍ଗି, ଆଦିବାସୀ ପ୍ରେମୀ ସୁକାନ୍ତ ମାଣ୍ଡାଙ୍ଗି, ଅବସରପ୍ରାପ୍ତ ରେଳ ବିଭାଗ କର୍ମଚାରୀ ପଦ୍ମନାଭ ମାଣ୍ଡାଙ୍ଗି, କଳାକାର ଝିଲି ଜାକାକା, ଇନ୍ଦୁ ହୁଇକା, ବିଜୟିନୀ ହୁଇକା, ଅବକାରୀ ବିଭାଗ କର୍ମଚାରୀ ସୁବାସିନୀ ଚୌଧୁରୀଙ୍କ ସମେତ ବହୁ ସଂଖ୍ୟକ ଆଦିବାସୀ ସମାଜ ପ୍ରେମୀ ଭାଇ-ଭଉଣୀ ଉପସ୍ଥିତ ଥିଲେ । ପ୍ରଚାର ରଥ ମାଧ୍ୟମରେ ଆସନ୍ତା ୯ ଅଗଷ୍ଟରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାବାସୀଙ୍କୁ ସଚେତନ କରାଯିବ । ଏହି ଉତ୍ସବରେ ଅଧିକରୁ ଅଧିକ ଜନସାଧାରଣଙ୍କ ସହଭାଗିତା ଏବଂ ଆହ୍ୱାନ ପାଇଁ ଏହି ପ୍ରଚାର ରଥ ବୁଲିବ ବୋଲି ସୂଚନା ଦେଇଛନ୍ତି।