jayashree

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରେ ସଫେଇ କର୍ମଚାରୀଙ୍କ ଧାରଣା ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ସଫେଇ କର୍ମଚାରୀଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି । କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଛି ଏବଂ ତଳିଆ କର୍ମଚାରୀ ଭାବି ଦୁର୍ବ୍ୟବହାର କରାଯାଉଛି । ଏହି ପ୍ରତିବାଦରେ ସେମାନେ ଗତ ତିନି ଦିନ ଧରି ଧାରଣାରେ ବସିଛନ୍ତି । ସଫେଇ କର୍ମଚାରୀମାନେ କହିଛନ୍ତି, ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଏପର୍ଯ୍ୟନ୍ତ ସମସ୍ୟାର କୌଣସି ସମାଧାନ ବାହାରି ନଥିବା ବେଳେ, ପ୍ରଶାସନ ପକ୍ଷରୁ କେଉଁ ପଦକ୍ଷେପ ନିଆଯିବ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.