
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ସଦର ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ଜଣେ ଯୁବକ ବିଚ୍ ରାସ୍ତାରେ ଜୋରଜବରଦସ୍ତି ଟଣାଓଟରା କରୁଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ଭିଡିଓ ମୋବାଇଲରେ କଏଦ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମହିଳା ଜଣକ ବାରମ୍ବାର ବିରୋଧ କରୁଥିବା ସତ୍ତ୍ୱେ ଯୁବକ ତାଙ୍କୁ ଜୋରକରି ଟାଣୁଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ହସ୍ତକ୍ଷେପ କରି ମହିଳାଙ୍କୁ ଉଦ୍ଧାର କରି ସଦର ଥାନାକୁ ନେଇଥିବା ସୂଚନା ମିଳିଛି । ତେବେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯୁବକ ଓ ମହିଳାଙ୍କ ମଧ୍ୟରେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।