jayashree

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାମ୍ୱାଦିକଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ

  • ଏସ୍‌ପି ଓ ସିଡିଏମଓଙ୍କୁ ଭେଟିଲେ ସାମ୍ବାଦିକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ରବିବାର ରାତିରେ ଜଣେ ଯୁବକଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମୃତକ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ ପାନିଶିଆଲି ଗାଁର ପ୍ରଶାନ୍ତ କୁମାର ତ୍ରିପାଠୀ (୪୮) । ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମୃତକଙ୍କ ପରିବାର ଡାକ୍ତରଙ୍କୁ ଗାଳିଗୁଲଜ ଓ ଧସ୍ତାଧସ୍ତି କରିଥିବା ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଥିଲା । ଅପରପକ୍ଷରେ ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ ଚିକିତ୍ସା ଅବହେଳାରୁ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ପରେ ମୃତକଙ୍କ ଶବ ବ୍ୟବଛେଦ ନ କରିବା ସହ ଯେଉଁମାନେ ଡାକ୍ତରଙ୍କ ସହ ଧସ୍ତାଧସ୍ତି କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରିବାକୁ ଡାକ୍ତର ସଂଘ ପକ୍ଷରୁ କୁହାଯାଇଥିଲା । ଏନେଇ ଡାକ୍ତରମାନେ ଡିଏଚ୍‌ଏଚ୍‌ ପରିସରରେ ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ । ସେହି ସମୟରେ କିଛି ସାମ୍ବାଦିକ ଉକ୍ତ ଆଲୋଚନା ସମୟର ଭିଡିଓ ଫଟୋ ଉତ୍ତୋଳନ କରୁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଓମ୍‌ସା ସୋନପୁର ଶାଖାର ଆସିଷ୍ଟାଣ୍ଟ ସାଧାରଣ ସମ୍ପାଦକ ଡ. ସର୍ବଜିତ ମହାପାତ୍ର ଆଙ୍ଗୁଠି ଲମ୍ବାଇ ସାମ୍ବାଦିକ ମାନଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏସ୍‌ପିଙ୍କ ଆଗରେ ସାମ୍ବାଦିକଙ୍କୁ ଆଙ୍ଗୁଠି ଦେଖାଉଥିବା ଏହି ବାବୁ ଡାକ୍ତର ନା ଗୁଣ୍ଡା ଅଟନ୍ତି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡ଼ିଆରେ ଏପରିକି ସଧାରଣ ଜନତା, ବୁଦ୍ଧିଜୀବୀ, ନେତା ମନ୍ତ୍ରୀ ମଧ୍ୟ ଏହି ଡାକ୍ତର ବାବୁଙ୍କ ଉଦ୍ଧତ ପଣିଆକୁ ଏବେ ହଜମ କରି ପାରୁନାହାନ୍ତି । ଯେଉଁଠି ଏମ୍‌ବିବିଏସ୍‌ ସିନିଅର ଡାକ୍ତର ମେଡିକାଲ୍ ଅଫିସର ଜନତାଙ୍କୁ ରୋଗୀ ତଥା ସମସ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଆଗରେ ଜିଲ୍ଲା ଆଇନ୍ ଶୃଙ୍ଖଳାଙ୍କୁ ନିୟନ୍ତ୍ରଣ କରୁଥିବା ସୁବର୍ଣ୍ଣପୁର ଏସ୍‌ପି ଓ ମିଡିଆଙ୍କୁ ଉଚ୍ଚ ସ୍ୱରରେ କଥା ହେବା, ଆଙ୍ଗୁଠି ଦେଖାଇବା, ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦୌ ଶୁଭଙ୍କର ନୁହେଁ । ଏହାକୁ ନେଇ ଜିଲ୍ଲାର ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କ ମହଲରେ ଖୁବ୍ ଅସନ୍ତୋଷ ଦେଖାଦେଇଛି ଓ ଏହି ଘଟଣାକୁ ଖୁବ୍ ନିନ୍ଦା କରାଯାଉଛି । ଏହି ଘଟଣା ବିରୁଦ୍ଧରେ ଆଜି ସମସ୍ତ ସାମ୍ବାଦିକ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କୁ ଭେଟି ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଭାବେ ଜଣାଇଛନ୍ତି । ସିଡିଏମଓ ଡ. ଉଷାରାଣୀ ଦାଶଙ୍କୁ ମଧ୍ୟ ସାକ୍ଷାତ୍ କରି ସୋନପୁର ଭଳି ଶାନ୍ତପ୍ରିୟ ସ୍ଥାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ସମ୍ପର୍କୀୟଙ୍କ ପ୍ରତି କିଛି ଡାକ୍ତର ଓ କର୍ମଚାରୀଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉଠିଥିବା ବେଳେ ସଂପୃକ୍ତ ଡାକ୍ତର ସର୍ବଜିତ ମହାପାତ୍ରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave A Reply

Your email address will not be published.