jayashree

ବ୍ରାଉନ ସୁଗର ସହ ୫ ଗିରଫ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ଏକ ବଡ ସଫଳତା ମିଳିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ୫ ଜଣ ସକ୍ରିୟ ବ୍ରାଉନ ସୁଗାର ବେପାରୀଙ୍କୁ ଭଞ୍ଜନଗର ପୋଲିସ ଗିରଫ କରିଛି । ଗିରଫ ଯୁବକ ମାନଙ୍କ ଠାରୁ ୪୪ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଗୋଟିଏ କାର, ଗୋଟିଏ ବାଇକ୍‌ ଓ ନଗଦ ୧୬ ହଜାର ଟଙ୍କା ଜବତ ହୋଇଥିବା ଭଞ୍ଜନଗର ଏସ୍‌ଡିପିଓ ସୂଚନା ଦେଇଛନ୍ତି । ତେବେ ଅନେକ ଦିନ ହେବ ଏହି ଅଂଚଳରେ ଗିରଫ ଯୁବକ ମାନେ ବ୍ରାଉନ ସୁଗାର ବେପାର କରୁଥିବା ପୋଲିସ ସନ୍ଦେହ କରି ଅଧିକ ତଦନ୍ତ ଚଲାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.