jayashree

ପଶ୍ଚିମ ଓଡ଼ିଶା ୱେବ୍‌ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ

  • ଡିଜିଟାଲ ମିଡିଆର ଭୂମିକା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ – ବକ୍ତା

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ୱେବ୍‌ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ସୋମବାର ବରଗଡ଼ ସ୍ଥିତ ଯଦୁମଣି ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସଭାପତି ଅସିତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ କଂଗ୍ରେସ ନେତା ନିପନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଇଞ୍ଜିନିୟର ମୁଗ୍ଧା ଦାଶ ସଭା ପରିଚାଳନା କରିଥିବାବେଳେ ଉପସଭାପତି ଧୀରେନ୍ଦ୍ର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥିମାନେ ଡିଜିଟାଲ୍ ମିଡିଆ ସମାଜର ଅବହେଳିତ ବର୍ଗର ସ୍ୱରକୁ ଉପସ୍ଥାପନ କରିବା ସହ ଜନସମସ୍ୟାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା କହିଥିଲେ । ସାମ୍ବାଦିକ ମାନଙ୍କ ନିଷ୍ଠା, ସାହସ ଓ ଜନସେବା ପ୍ରତି ସମର୍ପଣର ପ୍ରଶଂସା କରିବା ସହ ଗଣମାଧ୍ୟମ ଏକ ସଚେତନ ସମାଜ ଗଠନରେ ସହାୟକ ବୋଲି ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନାରେ ବରଗଡ଼ ଜିଲା ତଥା ଦୂରଦୂରାନ୍ତରୁ ଆସିଥିବା ବରିଷ୍ଠ ସାମ୍ବାଦିକ ମାନଙ୍କ ବକ୍ତବ୍ୟ ରଖାଯାଇଥିଲା । ବରିଷ୍ଠ ସାମ୍ବାଦିକଙ୍କ ବକ୍ତବ୍ୟ ସାମ୍ବାଦିକତା ଓ ସମାଜର ବାସ୍ତବତା ଉପରେ କର୍ମଶାଳାରୁ କାମ୍ ନ ଥିଲା । ଏଥିରୁ ସାମ୍ବାଦିକର କର୍ମମୟ ଜୀବନରେ ସମାଜ ପ୍ରତି ଅବଦାନ ଓ କର୍ମଶୈଳୀ ସହ ଉତ୍ତରଦାୟିତ୍ୱ ଜଡିତ ଥିଲା । ଏହି ଅବସରରେ ବିଭିନ୍ନ ଡିଜିଟାଲ୍ ମିଡିଆର ସାମ୍ବାଦିକ ଏବଂ ସାମାଜିକ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । ଲୀଳାମୟ ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ପରବର୍ତ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଆକର୍ଷଣୀୟ କରିଥିଲା । ଉତ୍ସବରେ ବରଗଡ଼ ସହରରେ ପ୍ରଥମଥର ପାଇଁ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବାରୁ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ଆସୋସିଏସନ ପକ୍ଷରୁ ସ୍ୱତନ୍ତ୍ର ଧନ୍ୟବାଦ ଜଣାଯାଇଥିଲା । ପଶ୍ଚିମ ଓଡ଼ିଶାର ବହୁ ସାମ୍ବାଦିକ ଉତ୍ସବରେ ଯୋଗଦେଇ ସାମ୍ବାଦିକତାର ମୂଲ୍ୟବୋଧ, ଏକତା ଓ ଭବିଷ୍ୟତ ଦିଗ ଉପରେ ମତ ବିନିମୟ କରିଥିଲେ ।

Leave A Reply

Your email address will not be published.