jayashree

ମ୍ୟୁଜିକ୍ ସେଲିବ୍ରେସନ୍ ପକ୍ଷରୁ କିଶୋର କୁମାରଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସେଲିବ୍ରସନ ତରଫରୁ ରାଉରକେଲା କ୍ଲବ ଠାରେ ପ୍ରସିଦ୍ଧ କିମ୍ବଦନ୍ତୀ ସଙ୍ଗୀତଶିଳ୍ପୀ କିଶୋର କୁମାରଙ୍କ ୯୭ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନର ମୁଖ୍ୟ ନନ୍ଦନ ମୁଖାର୍ଜୀଙ୍କ ଅଧକ୍ଷତା ଓ କବିତା ମାହାତୋଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ, ଗୌତମ ବାଡା, ବନ୍ଦିତା ମାହାତୋ, ଶୈଳେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ରାଉରକେଲା ମ୍ୟୁଜିକ୍ ସେଲିବ୍ରେସନ୍ ପକ୍ଷରୁ ଏକ ଭବ୍ୟ ସଙ୍ଗୀତ ସନ୍ଧ୍ୟା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କିଶୋର କୁମାରଙ୍କ ଅମର ସଙ୍ଗୀତ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କଳାକାରମାନେ ତାଙ୍କର ଅନେକ ଲୋକପ୍ରିୟ ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଦେଶବ୍ୟାପୀ ଭାବେ ମଧ୍ୟ ଏହି ଅବସରରେ କିଶୋର କୁମାରଙ୍କ ସଙ୍ଗୀତ ଐତିହ୍ୟକୁ ସ୍ମରଣ କରାଯାଇଛି । ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦେଶକ ହିମାଂଶୁ ମହାନ୍ତି କହିଥିଲେ ଯେ, କିଶୋର କୁମାର କେବଳ ଜଣେ ଗାୟକ ନୁହେଁ, ସେ ଭାରତୀୟ ସଙ୍ଗୀତ ଜଗତର ଏକ ଅମର କିମ୍ବଦନ୍ତୀ । ତାଙ୍କ ସୃଷ୍ଟି ଆଜି ମଧ୍ୟ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମାନ ଭାବେ ଜୀବନ୍ତ ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ସ୍ତୁତି ନାୟକ, ଶ୍ରୀକାନ୍ତ ଚୌଧୁରୀ, ସୁସ୍ମିତା ମୁଖାର୍ଜୀ, ବନୋଜ କୁମାର ଦାସଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲ । ଉପସ୍ଥିତ ସଙ୍ଗୀତ ପ୍ରେମୀ ମାନେ କିଶୋର କୁମାରଙ୍କ ସ୍ମୃତିକୁ ଶ୍ରଦ୍ଧାର ସହ ସ୍ମରଣ କରି ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ ।

Leave A Reply

Your email address will not be published.