ଆସନ୍ତା ୧୮ତାରିଖରେ ଭଗବାନ ମିଶ୍ରଙ୍କ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃତୀ ଶିକ୍ଷକ ସ୍ଵର୍ଗତ ଭଗବାନ ମିଶ୍ରଙ୍କ ୮୫ ତମ ଜୟନ୍ତୀ ଉତ୍ସବ ଆସନ୍ତା ୧୮ ତାରିଖରେ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହେବ ବୋଲି ସ୍ମୃତି ସମିତିର ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଏବଂ ମୁଖ୍ୟ ବକ୍ତା ଭାବେ ଡଃ ଛାୟାକାନ୍ତ ଷଡ଼ଙ୍ଗୀ ଯୋଗ ଦେବେ ବୋଲି କହିଥିଲେ । ସମିତିର ସଭାପତି ପ୍ରୀତମ ସିଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତି ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.