jayashree

ବ୍ଲାକବେଲ୍ଟ ପରୀକ୍ଷଣ ଶିବିର, ଭାଗନେଲେ ୭୦ ପ୍ରତିଯୋଗୀ

ରାଉରକେଲା, (କେପିଏନ୍‌ଏସ୍‌) : ସେକ୍ଟର -୩ ଶ୍ରୀ ଜଗନ୍ନାଥ ମନ୍ଦିର ପରିଷଦରେ ‘ଦ ନେକଷ୍ଟ୍ ଜେନ’ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରତିଷ୍ଠାତା ଆନନ୍ଦ କୁମାର ସୁନାଙ୍କ ଅଧ୍ୟକ୍ଷତାରେ ଟାଇକୋଣ୍ଡୋ ବ୍ଲାକବେଲଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସମାଜସେବୀ ଗିରିଜା ଶଙ୍କର ଦ୍ୱିବେଦୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ଖେଳାଳୀକୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଟି ଗ୍ରୁପ୍ ଏଜୁକେସନର ନିର୍ଦ୍ଦେଶକ ଏସ. ଜେ. ରାୟ, ସମାଜସେବୀ ଦେବେନ୍ଦ୍ର ବାଗ, ସାଗର ମୁଣ୍ଡା, କ୍ଷିରୋଦିନି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରାୟ ୭୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଟାଏକୱଣ୍ଡୋର ସମସ୍ତ ଆତ୍ମରକ୍ଷା ରଣକୌଶଳ ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗୀମାନଙ୍କୁ ଅଲ୍ ଓଡିଶା ଟାଇକୋଣ୍ଡୋ ଆସୋସିଏସନ୍‌ର ସଭାପତି ରାମଚନ୍ଦ୍ର ସାହୁ ଓ ମୋନୁ ପଟେଲ ବିଚାରକ ଭାବେ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ବେଲଟ୍ ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ସୃଷ୍ଟି ସମୃଦ୍ଧି ବେହେରା, ଅନାମିକା ଦାସ, ଆରାଧ୍ୟା ପ୍ରଧାନ, ଆୟୁଷ୍ମାନ ନାଗ ଓ ଦେବଙ୍ଗନା ମଲ୍ଲିକକୁ ବ୍ଲାକ ବେଲ୍ଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆନନ୍ଦ କୁମାର ସୁନା ମଂଚ ପରିଚାଳନା କରିଥିଲେ ଏବଂ ଏହି ସମାରୋହର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆକାଶ ତନ୍ତୀ, ରୌନକ ରହମାନ ଖାନ, ସୁନୀତା ପତି, ଶୁଭଶ୍ରୀ ପ୍ରଧାନ, ଉଦୟ ମିଞ୍ଜ, ୟାଷ୍ମିନ ନାଗ, ଅନୁରାଗ ତନ୍ତୀ, ସୌମ୍ୟ ମହାନ୍ତି ଓ ଅନ୍ୟାନ୍ୟ ସିନିୟରମାନେ ପରିଚାଳନା କରିଥିଲେ । ଶେଷରେ ଆକାଶ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.