
- ଦକ୍ଷିଣ ଗୋଆରେ ବଳଦେବ ବାଗ ସମ୍ମାନିତ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଆଦିଲୀଲା ଫାଉଣ୍ଡେସନ୍ ଆୟୋଜିତ “ୟୁଥ୍ ଆଇକନିକ୍ ଏଣ୍ଟରପ୍ରେନ୍ୟୁର୍ସ ସମିଟ୍–୨୦୨୬ ବିକଶିତ ଭାରତ–୨୦୪୭” କାର୍ଯ୍ୟକ୍ରମ ଦକ୍ଷିଣ ଗୋଆର ଭିଲାଜିଓ ରିସର୍ଟ ଠାରେ ଜୁଲାଇ ୨୫ ରୁ ୨୭, ୨୦୨୬ ପର୍ଯ୍ୟନ୍ତ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି । ଏହି ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତର ଉଦ୍ୟୋଗୀ, ନିବେଶକ, ଷ୍ଟାର୍ଟଅପ୍ ପ୍ରତିନିଧି, ରିଟେଲ ସ୍ପର୍କର ବ୍ୟବସ୍ଥାପକ ବାକି ସୃନ୍ଧନ ରେଡ୍ଡୀ ଓ ବିଶିଷ୍ଠ ବ୍ୟକ୍ତିତ୍ୱ ମାନେ ଯୋଗ ଦେଇ “ବିକଶିତ ଭାରତ–୨୦୪୭” ଗଠନରେ ଯୁବ ଉଦ୍ୟମୀଙ୍କ ଭୂମିକା ଉପରେ ମତ ବିନିମୟ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ନିକଟସ୍ଥ ଦେଢ଼ଗାଁ ଗାଁର ବଳଦେବ ବାଗଙ୍କୁ ତାଙ୍କର ସମାଜ, କୃଷକ, ମହିଳା ସଶକ୍ତିକରଣ ଏବଂ ଯୁବକ ଯୁବତୀ ମାନଙ୍କର ଉନ୍ନତି ପାଇଁ ମୂଲ୍ୟବାନ ଅବଦାନ ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ସ୍ମାରକ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି । ତାଙ୍କର ସମାଜସେବା, ନେତୃତ୍ୱ ଓ ଉଦ୍ୟମିତା କ୍ଷେତ୍ରରେ ଅବଦାନକୁ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ଆୟୋଜକ ଆଦିଲୀଲା ଫାଉଣ୍ଡେସନ୍ ପକ୍ଷରୁ ବଳଦେବ ବାଗଙ୍କୁ ଏହି ସମ୍ମାନ ପାଇଁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ମଧ୍ୟ ସମାଜ ଓ ଦେଶର ବିକାଶରେ ତାଙ୍କର ଅବଦାନ ଅବ୍ୟାହତ ରହୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।