jayashree

ଟିଟିଲାଗଡ଼ରେ ମନ କି ବାତ କାର୍ଯ୍ୟକ୍ରମ : ସାମିଲ ହେଲେ ରାଜ୍ୟ ସଭାପତି ମନମୋହନ ସାମଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ମନ କି ବାତ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମକୁ ଦେଶବାସୀଙ୍କ ସହ ଶୁଣିଥିଲେ ରାଜ୍ୟ ବିଜେପି ସଭାପତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଟିଟିଲାଗଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା, କର୍ମୀ ଓ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶର ବିଭିନ୍ନ ପ୍ରାନ୍ତର ପ୍ରେରଣାଦାୟୀ ଘଟଣା, ସଫଳତା ଓ ସାମାଜିକ ପରିବର୍ତ୍ତନର କାହାଣୀ ଲୋକଙ୍କ ପାଖରେ ପହଞ୍ଚିଥାଏ । ଏହି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଦେଶପ୍ରେମ, ସେବା ଓ ସାମାଜିକ ଦାୟିତ୍ୱର ଭାବନାକୁ ଆହୁରି ମଜବୁତ କରୁଛି ବୋଲି ଉପସ୍ଥିତ ନେତାମାନେ କହିଥିଲେ । ଏହାସହ ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.