ତୈଳ ଦର ବୃଦ୍ଧି ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ : ବଢ଼ିଲା ଚିନ୍ତା

ଭୁବନେ‌ଶ୍ୱର : ପେଟ୍ରୋଲ ଓ ଡିଜେଲ୍‌ ଦର ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ସରକାରୀ ତେଲ କମ୍ପାନୀ ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି । ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଓଡ଼ିଶାରେ ନୂଆ ଦର ୮୦୦ ଟଙ୍କା ଛୁଇଁବ ବୋଲି କୁହାଯାଉଛି । ଏଇ ଭିତରେ ପେଟ୍ରୋଲ ଓ ଡିଜେଲ ଦର ଗତ ୬ ଦିନ ହେଲା ଲଗାତାର ବଢ଼ି ଚାଲିଛି । ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ୯୦ ଟଙ୍କା ଟପି ଯାଇଛି । ଏଥିରେ ମୁଣ୍‌ଣ୍ଡରେ ହାତ ଦେଇ ବସିଲାଣି ସାଧାରଣ ଖାଉଟି ।

Leave A Reply

Your email address will not be published.