jsm

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍ ବଜାର ଓ ମେଳା

csstore
  • ୧୪ଶହରୁ ଅଧିକ ଉତ୍ପାଦ ବିକିଲେଣି ୮.୯୯ କୋଟି ଏସଏଚଜି ଗୋଷ୍ଠୀ ସଦସ୍ୟ
  • ମହିଳା ଉଦ୍ୟୋଗୀ ଏବଂ କୃଷି ଉତ୍ପାଦ ସଂଗ୍ରାହକ ଓ ବିପଣନ ଏଫପିଓଙ୍କ ପାଇଁ ବଢ଼ୁଛି ନୂଆ ଆୟ ସୁଯୋଗ
  • ୨୦୨୯ ସୁଦ୍ଧା ୬ କୋଟି ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ; ଡିଜିଟାଲ ଇଣ୍ଡିଆ ଜରିଆରେ ମହିଳା ଓ ଗ୍ରାମୀଣ ଉଦ୍ୟୋଗୀ ହେଉଛନ୍ତି ସଶକ୍ତ

ନୂଆଦିଲ୍ଲୀ, (ପିଆଇବି) : ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ୧୧ ବର୍ଷ ପୂରଣ ହୋଇଥିବା ବେଳେ ଇ-ସରସ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ପାଲଟିଛି । ଇ-ସରସ ହେଉଛି ସରକାରଙ୍କ ସମର୍ଥିତ ଏକ ଡିଜିଟାଲ ବ୍ୟବସାୟ ପ୍ଲାଟଫର୍ମ । ଏହା ସାରା ଦେଶର ଗ୍ରାମୀଣ ଉତ୍ପାଦକ ଏବଂ ଗ୍ରାହକମାନଙ୍କୁ ଯୋଡ଼ିଥାଏ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଅଧୀନ ଡିଜିଟାଲ ଇଣ୍ଡିଆ କର୍ପୋରେସନ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଇ-ସରସକୁ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ଲାଟଫର୍ମ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ମହିଳା ଉଦ୍ୟୋଗୀ, ଉତ୍ପାଦ ସଂଗ୍ରାହକ, କୃଷି ଉତ୍ପାଦନ ସଂଗଠନଗୁଡ଼ିକୁ ଏକ ବିଶ୍ୱସ୍ତ ଡିଜିଟାଲ ବଜାର ଯୋଗାଇ ଦେଇଛି। ଏହା ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ସହିତ ସମାବେଶୀ ଡିଜିଟାଲ ବିକାଶର ଲକ୍ଷ୍ୟକୁ ସାକାର କରୁଛି ।
ଏହି କାର୍ଯ୍ୟକ୍ରମରେ ୮.୯୯କୋଟିରୁ ଅଧିକ ପଞ୍ଜିକୃତ ଏସଏଚଜିସଦସ୍ୟ ସାମିଲ ହୋଇଛନ୍ତି । ଫଳରେ ଏହା ବିଶ୍ୱର ସର୍ବବୃହତ ମହିଳା ନେତୃତ୍ୱାଧୀନ ଜୀବିକା ଇକୋସିଷ୍ଟମ ମଧ୍ୟରୁ ଅନ୍ୟତମ ପାଲଟିଛି । ଏହି ପ୍ଲାଟଫର୍ମରେ ୧,୪୦୦ରୁ ଅଧିକ ଉତ୍ପାଦ ବିକ୍ରି ପାଇଁ ଉପଲବ୍ଧ ରହିଛି। ୮୦୦ରୁ ଅଧିକକ୍ରେତା ଡିଜିଟାଲ ବ୍ୟବସାୟ ପାଇଁ ଓପନ ନେଟୱର୍କ ବା ଓଏନଡିସି ଆଧାରିତ କ୍ରେତା ଆପ୍ଲିକେସନ୍ ମାଧ୍ୟମରେ ଏସଏଚଜିଉତ୍ପାଦଗୁଡ଼ିକୁ ପାଇପାରୁଛନ୍ତି । ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୫୦ରୁ ଅଧିକ ସରସମେଳା ଆୟୋଜନ କରାଯାଉଛି ।
ଇ-ସରସ ପ୍ଲାଟଫର୍ମ ଗ୍ରାମୀଣ ମହିଳା ଉଦ୍ୟୋଗୀ ଏବଂ ଏସଏଚଜି ଗୋଷ୍ଠୀ ସଦସ୍ୟାମାନଙ୍କୁ ଡିଜିଟାଲ ବ୍ୟବସାୟ ଜରିଆରେ ସେମାନଙ୍କ ଉତ୍ପାଦ ନିମନ୍ତେ ସାରା ଦେଶରୁ ଗ୍ରାହକ ଯୋଗାଡ଼ କରିବାରେ ସହାୟକ ହେଉଛି । ଏହା ବିଶ୍ୱସ୍ତ ‘ଲୋକ୍ ଓଏସ୍’ ଇକୋସିଷ୍ଟମ ଜରିଆରେ ଡିଜିଟାଲ ଅନବୋର୍ଡିଂ ସୁବିଧା ପ୍ରଦାନ କରୁଛି । ଏହି ବ୍ୟବସ୍ଥାରେ ଭାଷିନୀ ଜରିଆରେ ବହୁଭାଷୀ ସୁବିଧା, ସୁରକ୍ଷିତ ଡିଜିଟାଲ ପେମେଣ୍ଟ, ସମନ୍ୱିତ ଲଜିଷ୍ଟିକ୍ସ, ଅନଲାଇନ ଉତ୍ପାଦ କାଟାଲଗ୍ ଭଳି ସୁବିଧା ମିଳୁଛି । ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ସମର୍ଥନ କରି ଏହି ପ୍ଲାଟଫର୍ମ ୨୦୨୯ ସୁଦ୍ଧା ସରକାରଙ୍କ ୬ କୋଟି ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟକୁ ସମର୍ଥନ କରୁଛି ।
ଇ-ସରସଏସଏଚଜିଏବଂ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀଗୁଡ଼ିକୁ ବର୍ଷସାରା ରାଜସ୍ୱ ସୃଷ୍ଟି କରିବାରେ ସକ୍ଷମ କରି ଆୟକୁ ବିବିଧ କରିବାରେ ସାହାଯ୍ୟ କରେ। ଏହି ପ୍ଲାଟଫର୍ମ ଖାଦ୍ୟ ପ୍ରକ୍ରିୟାକରଣ, କୃଷିଭିତ୍ତିକ ଉଦ୍ୟୋଗ, ହସ୍ତଶିଳ୍ପ, ହସ୍ତତନ୍ତ, ମହୁ, ଦୁଗ୍ଧଜାତ ଦ୍ରବ୍ୟ, ଔଷଧୀୟ ଉତ୍ପାଦ, ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ ଏବଂ ଗୃହ ସାଜସଜ୍ଜା ସମେତ ବିଭିନ୍ନ ପ୍ରକାରର ଜୀବିକା କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ।
ବଜାର ସୁବିଧା ଯୋଗାଇବା ବ୍ୟତୀତ, ଇ-ସରସଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଉତ୍ପାଦଗୁଡ଼ିକୁ ବଜାରକୁ ଆଣିବା ପୂର୍ବରୁ ସେମାନଙ୍କର ମୂଲ୍ୟ ବୃଦ୍ଧି କରିବାକୁ ଉତ୍ସାହିତ କରେ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ କଞ୍ଚାମାଲ୍ ବିକ୍ରି କରିବା ପରିବର୍ତ୍ତେ କୃଷି ଉତ୍ପାଦଗୁଡ଼ିକୁ ଚିପ୍ସ, ପାପଡ଼, ଆଚାର, ଜାମ୍, ସ୍କ୍ୱାସ୍, କ୍ୟାଣ୍ଡି, ପ୍ୟାକେଜ୍ ମସଲା, ପ୍ରକ୍ରିୟାକୃତ ଡାଲି ଏବଂ ବୋତଲବନ୍ଦ ମହୁ ଭଳି ଉଚ୍ଚ-ମୂଲ୍ୟର ଉତ୍ପାଦରେ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ କରି ବଜାରକୁ ଛାଡ଼ି ପାରୁଛନ୍ତି ।
ଏହା ମଧ୍ୟ ଡିଜିଟାଲ ଉଦ୍ୟୋଗ ବିକାଶ ପାଇଁ କ୍ଷମତା ବିକାଶରେ ସହାୟକ ହେଉଛି ।ଆରମ୍ଭ ହେବା ପରଠାରୁ, ଇ-ସରସଗ୍ରାମୀଣ ଉତ୍ପାଦକମାନଙ୍କ ପାଇଁ ବଜାର ପ୍ରବେଶକୁ ଉନ୍ନତ କରିବା ପାଇଁ ଏହାର ଡିଜିଟାଲ୍ ଇକୋସିଷ୍ଟମକୁ ନିରନ୍ତର ସୁଦୃଢ଼ କରିଆସିଛି। ଏହି ୱେବ୍ ପୋର୍ଟାଲ୍ ୨୮ ଅକ୍ଟୋବର ୨୦୨୨ରେ ଶୁଭାରମ୍ଭ କରାଯାଇଥିଲା। ଏହାପରେ ୨୮ ଜୁନ୍ ୨୦୨୩ରେ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ ହୋଇଥିଲା ।

yuvodaya
Leave A Reply

Your email address will not be published.