jsm

ପି. ପି. ଏକାଡେମୀ, ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବୁଲିଲେ ନରସିଂହ

csstore
  • ଶିକ୍ଷକ ନ ଥିବାରୁ ସଂସ୍କୃତ ବିଦ୍ୟାଳୟରେ ହୋଇନାହିଁ ନାମଲେଖା
  • ସଂସ୍କୃତ ମହାବିଦ୍ୟାଳୟରେ ନାହାଁନ୍ତି ନିୟମିତ ଅଧ୍ୟକ୍ଷ
  • ପି. ପି. ଏକାଡେମୀରେ ଆଜି ପର୍ଯ୍ୟନ୍ତ ନାହିଁ ନିଜସ୍ୱ ଖେଳ ପଡିଆ
  • ଶିକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ସରକାର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ସହର ସ୍ଥିତ ପି. ପି. ଏକାଡେମୀ ଏବଂ ବିଦ୍ୟା ଭୂଷଣ ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ବିଶେଷ କରି ତାଙ୍କର ଏହି ଗସ୍ତରେ ସେଠାକାର ସମସ୍ୟା ଓ ତାର ସମାଧାନ ଦିଗରେ କି ପଦକ୍ଷେପ ନିଆଯାଇ ପାରିବ ସେ ଉପରେ ଆଲୋଚନା କରାଯାଇଥିଲା । ପି. ପି. ଏକାଡେମୀରେ ଛାତ୍ର ଉପସ୍ଥାନ, ସଂଖ୍ୟା ତଥା ମ୍ୟାଟ୍ରିକ ପରୀକ୍ଷା ଫଳ ବେଶ ସନ୍ତୋଷଜନକ ଥିବା ଆଲୋଚନାରେ ଜଣାଯାଇଥିଲା । ଯେହେତୁ ଧିରେଧିରେ ସରକାରୀ ସ୍କୁଲରେ ଛାତ୍ର ଓ ଅଭିଭାବକଙ୍କ ନାମଲେଖା ପାଇଁ ଉତ୍ସାହ ବଢୁଛି ତେଣୁ ଏଠାରେ ଅତିରିକ୍ତ ଶ୍ରେଣୀଗୃହ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ନରସିଂହଙ୍କ ଦୃଷ୍ଟିକୁ ଆଣିଥିଲେ । ତା ସହ ପି. ପି. ଏକାଡେମୀର ନିଜସ୍ୱ ଖେଳ ପଡିଆ ନ ଥିବାରୁ ଏହା ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ରଙ୍କ ଆଗରେ ଶିକ୍ଷକ କର୍ମଚାରୀମାନେ ଦାବି ରଖିଥିଲେ । ଛାତ୍ର ସଂଖ୍ୟା ଦୃଷ୍ଟିରୁ ଆଉ ଜଣେ ବିଜ୍ଞାନ ଶିକ୍ଷକ ଦରକାର ବୋଲି ପ୍ରଧାନ ଶିକ୍ଷକ ଆଲୋଚନା ବେଳେ କହିଥିଲେ ଏବଂ ଯେହେତୁ ଏଠାରେ ଶିକ୍ଷା ସମ୍ବନ୍ଧୀୟ ପରୀକ୍ଷା ହେଉ କାର୍ଯ୍ୟକ୍ରମ ହେଉ ସବୁବେଳେ ଅନୁଷ୍ଠିତ ହେଉଛି ଆଗାମୀ ଦିନରେ ପିଅନ ନିଯୁକ୍ତି ବେଳେ ଜଣେ ପୁରୁଷ ପିଅନ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟରେ ଆଲୋଚନା ବେଳେ ଜଣାପଡିଲା ଯେ, ବହୁ ବର୍ଷ ହେବ ଏହି ଶିକ୍ଷାନୁଷ୍ଠାନ ବିନା ନିୟମିତ ଅଧ୍ୟକ୍ଷରେ ଚାଲିଛି । ତେଣୁ ଅଧ୍ୟାପନା ସାଙ୍ଗକୁ କଲେଜ ପରିଚାଳନାଗତ ଅନେକ ସମସ୍ୟା ଛାତ୍ରମାନେ ଭୋଗୁଛନ୍ତି ବୋଲି ଏହାର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ଶିକ୍ଷାନୁଷ୍ଠାନରେ ଏକ ସଂସ୍କୃତ ବିଦ୍ୟାଳୟ ଚାଲିଛି ଯାହାକି ଏ ବର୍ଷ ଶିକ୍ଷକ, କର୍ମଚାରୀ ଅଭାବରୁ କୌଣସି ଅଭିଭାବକ ତାଙ୍କ ପିଲାମାନଙ୍କୁ ଏଠାରେ ନାମ ଲେଖାଉ ନାହାଁନ୍ତି । ଏ ଦିଗରେ ଶ୍ରୀ ମିଶ୍ର ନିଶ୍ଚିତ ଭାବରେ ସରକାରଙ୍କୁ ଜଣାଇ ଏହି ଅନୁଷ୍ଠାନରେ ଯେପରି ଶିକ୍ଷକ ଯୋଗ ଦେବେ ସେ ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ସଂସ୍କୃତ ମହାବିଦ୍ୟାଳୟ କଥା ମଧ୍ୟ ଠିକ୍‌ ସମାନ । ନିୟମିତ ଅଧ୍ୟାପକ ବଦଳରେ ଅତିଥି ଅଧ୍ୟାପକ ସଂଖ୍ୟା ଏଠି ଅଧିକ । ଯେହେତୁ ସଂସ୍କୃତି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ପ୍ରାୟତଃ ପୂର୍ଣ୍ଣ ଥାଏ କିନ୍ତୁ ନିୟମିତ ଅଧ୍ୟାପକଙ୍କ ଅଭାବ ଯୋଗୁଁ ପାଠପଢାରେ ଘୋର ବ୍ୟାଘାତ ହେଉଛି ବୋଲି ଆଲୋଚନା ବେଳେ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଅଭିଯୋଗ ବାଢିଥିଲେ । ସଂସ୍କୃତ ବିଦ୍ୟାଳୟରେ ଆୟୁର୍ବେଦ ପାଠ ପଢାଇବାର ବ୍ୟବସ୍ଥା ଥିଲେ ହେଁ ଆୟୁର୍ବେଦ ଶିକ୍ଷକ ଅଭାବରୁ ଆୟୁର୍ବେଦ ଉପରେ କୌଣସି ପାଠ ପଢିବା ସମ୍ଭବ ହେଉନାହିଁ । ଏ ସବୁ ଅଭିଯୋଗର ଉତ୍ତରରେ ଶ୍ରୀ ମିଶ୍ର ସଂସ୍କୃତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ କର୍ମଚାରୀ, ଅଣ ଶିକ୍ଷକ କର୍ମଚାରୀ ପଦବୀ ପୁରଣ ପାଇଁ ସରକାରଙ୍କ ଉପରେ ଚାପ ପକାଯିବ, ପି. ପି. ଏକାଡେମୀର ଖେଳ ପଡିଆ, ଡ୍ରେନେଜ ସିଣ୍ଟମର ଉନ୍ନତି, ଅତିରିକ୍ତ ଶ୍ରେଣୀଗୃହ ତଥା ଅନ୍ୟାନ୍ୟ ଭିତ୍ତିଭୂମି ଜନିତ ଅସୁବିଧା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହୋଇ ନିଶ୍ଚିତ ଭାବରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ସଂସ୍କୃତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ଓଝା, ଧର୍ମରାଜ ବାଗ, ନିଳିମା ମେହେର, ରାଜଶ୍ରୀ ସାହୁ, ପ୍ରକାଶ ଷାଣ୍ଢ, ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରେନ୍ଦ୍ର ଧରୁଆ, ପି. ପି. ଏକାଡେମୀର ପ୍ରଧାନ ଶିକ୍ଷକ ଦ୍ୟୁତିରଂଜନ ମହାଲିଙ୍ଗ, ଅଂଶୁକା ଭୋଇ, କେତକୀ ଭୋଇ ଓ ଅନ୍ୟାନ୍ୟ ଶିକ୍ଷକ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.