jayashree

ମୃତ କନଷ୍ଟେବଲଙ୍କ ଉତ୍ତରାଧିକାରୀଙ୍କୁ ଏସବିଆଇ ବୀମା ରାଶି ପ୍ୟାକେଜ୍ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଛତ୍ରପୁର ଶାଖା ସୌଜନ୍ୟରେ ପୋଲିସ୍ ଦରମା ପ୍ୟାକେଜର ବୀମା ରାଶି ୧୦ ଲକ୍ଷ ଟଙ୍କାର ଏକ ଚେକ୍ ବୀମା ଉପଭୋକ୍ତା ପୋଲିସ କନଷ୍ଟେବଲ ସ୍ୱର୍ଗତ ସଞ୍ଜିତ କୁମାର ସ୍ୱାଇଁଙ୍କ ପତ୍ନୀ ଶ୍ରୀମତୀ ଝିଲି ସ୍ୱାଇଁଙ୍କୁ ଶୁକ୍ରବାର ସକାଳେ ପ୍ରଦତ୍ତ ହୋଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆଠାରେ ଏହି ଉପଲକ୍ଷେ ଆୟୋଜିତ ଏକ ଚିତ୍ତାକର୍ଷକ ପୋଲିସ ପ୍ୟାରେଡ୍ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସ୍ୱର୍ଗତ କନଷ୍ଟେବଲ ଶ୍ରୀ ସ୍ୱଇଁଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସ୍ୱରୂପ ପୋଲିସ ବିଜୟ ଧ୍ୱଜାରେ ଉତ୍ସର୍ଗୀକୃତ କରାଯାଇଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବି.ସିଙ୍କ ହସ୍ତରେ ଉକ୍ତ ବୀମା ରାଶି ଚେକ୍ ତାଙ୍କରି ପରିବାର ବର୍ଗର ଲୋକଙ୍କ ସହାୟତା ଦିଗରେ ପ୍ରଦାନ କରାଯାଇଛି । ମୃତ ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ପୋଲିସ ଦରମା ପ୍ୟାକେଜ୍ ହେଉଛି ସର୍ବୋତ୍ତମ ପ୍ୟାକେଜ୍ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛତ୍ରପୁର ଶାଖାର ମୁଖ୍ୟ ପ୍ରବନ୍ଧକ ସ୍ୱାଗତ କୁମାର ପାଢ଼ୀ, ସହକାରୀ ପ୍ରବନ୍ଧକ ସତ୍ୟବ୍ରତ ଦାସ, ସ୍ୱତନ୍ତ୍ର ଜୋନାଲ ସହକର୍ତ୍ତା ଜୋନାଲ ସମ୍ପାଦକ ବ୍ରହ୍ମପୁର ମୋଡୁଲ (ଏସବିଆଇ), ସହକାରୀ ପ୍ରବନ୍ଧକ ଦେବାଶିଷ ପରିଡ଼ା, ଏସ୍‌ବିଆଇ ଲାଇଫ ବିଡିଏମ୍ ବିଶ୍ୱନାରାୟଣ ରେଡ୍ଡୀ, ଏ. ସୁମେସ୍ ରେଡ୍ଡୀ, ସୋରେନ ନାୟକ, ଜିଲ୍ଲା ପୋଲିସ ସଂଘର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ପୋଲିସ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.