jsm

ରାମଗଡ଼ ଗଣ୍ଡାବାହାଲିରେ ୭୭ତମ ବନ ମହୋତ୍ସବ–୨୦୨୬ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା

csstore

ଖଡ଼ିଆଳ, (କେପିଏନ୍‌ଏସ୍‌) : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡି଼ଶା ସରକାରଙ୍କ ଆନୁକୂଲ୍ୟରେ ସିନାପାଲି ବନାଂଚଳ, ଖଡ଼ିଆଳ ବନଖଣ୍ଡ ପକ୍ଷରୁ ରାମଗଡ଼ ଗଣ୍ଡାବାହାଲିଠାରେ ୭୭ତମ ବନ ମହୋତ୍ସବ-୨୦୨୬ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଏସିଏଫ୍ ପ୍ରସଞ୍ଜିତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ, ବନ ସଂରକ୍ଷଣ ଓ ପରିବେଶ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭଗବାନ ଚଲାନ, ଗଣ୍ଡାବାହାଲି ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ପ୍ରତ୍ୟେକ ଗଛର ଯତ୍ନ ନେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ସୁବ୍ରତ ଠାକୁର, ଗଣ୍ଡାବାହାଲି ପଂଚାୟତର ସରପଂଚ କୌଶଲ୍ୟା ମେହେର, ଗଣ୍ଡାବାହାଲି ପଂଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗନ୍ନାଥ ସେଠୀ, ଗୁଣଧର ମେହେର ଓ ଷଡାନନ ସୁନାନୀ ଯୋଗଦେଇ ବନ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷାର ଗୁରୁତ୍ଵ ଉପରେ ନିଜ ମତ ପ୍ରକାଶ କରିଥିଲେ । କାମେଶ୍ଵର ତାଣ୍ଡି ଆବାହକ ଭାବେ କାର୍ଯ୍ୟକ୍ରମର ସମନ୍ୱୟ କରିଥିବା ବେଳେ ମହାଦେବ ବନ୍ଦୀଛୋର ଦକ୍ଷତାର ସହ ମଂଚ ପରିଚାଳନା କରିଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବନ ବିଭାଗର କନ୍ଦର୍ପ ସୁନାନୀ, ରମାରଞ୍ଜନ ରାଉତ ଓ ସମୀର ରଞ୍ଜନ ଠାକୁରଙ୍କ ସମେତ ବିଭାଗୀୟ ଅଧୀକାରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସ୍ଥାନୀୟ ଜନପ୍ରତିନିଧି, ଗଣ୍ଡାବାହାଲି ଶିଶୁ ବିଦ୍ୟାମନ୍ଦିର ଏବଂ ପଂଚାୟତ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ନେଇଥିଲେ ।

yuvodaya
Leave A Reply

Your email address will not be published.