jsm

ଟିଟିଲାଗଡରେ ଏଲଡିଏ ପକ୍ଷରୁ ଦଳିତ ସ୍ୱାଭିମାନ ମହା ରାଲି

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ଦିନ ସକାଳେ ଟିଟିଲାଗଡରେ ଛୁଆଁ ଅଛୁଆଁ ବିରୋଧରେ ଏଲଡିଏର ମୁଖ୍ୟ ଲବ ସୁନାଙ୍କ ନେତୃତ୍ୱରେ ପୁଣ୍ୟ ହରପାଲଙ୍କୁ ନ୍ୟାୟ ପ୍ରଦାନ ଏବଂ ସମଗ୍ର ଦଳିତ ସମାଜର ମାନ, ସମ୍ମାନ ଓ ସ୍ୱାଭିମାନ ପାଇଁ ଦଳିତ ସ୍ୱାଭିମାନ ରେଲି କରିବା ସହ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକଙ୍କୁ ନେଇ ସ୍ଥାନୀୟ ହାଇସ୍କୁଲ ଖେଳପଡ଼ିଆ ଠାରେ ସମାଜର ସମସ୍ତ ସଦସ୍ୟମାନେ ଏକଜୁଟ ହେବା ପରେ ଏକ ବିରାଟ ରେଲି ବାହାରି ସହର ପରିକ୍ରମା କରିବା ପରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇଥିଲେ । ପୁଣ୍ୟ ହରପାଲଙ୍କୁ ନେଇ ଯେଉଁ ପ୍ରକାର ଭେଦ ଭାବ କରାଗଲା ତାହା କଣ ସମାଜରେ ଗ୍ରହଣୀୟ କି ବୋଲି ପ୍ରଶ୍ନ କରିବା ସହ ସରକାର ଏହାର ବିଚାର କରୁ ବୋଲି ଦାବି କରିଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମେମୋରେଣ୍ଡମ୍ ପ୍ରଦାନ କରିଥିଲେ । ଏହି ଅବସରରେ ଏଲଡିଏର ମୁଖ୍ୟ ଲବ ସୁନା, ଅଲ ଓଡ଼ିଶା ଭୀମ ଆର୍ମିର ରାଜ୍ୟ ସଭାପତି ଲଙ୍କେସ ରାବଣ, କଳାହାଣ୍ଡି ସିଡ୍ୟୁଲ କ।ଷ୍ଟ ଫେଡେରେସନ ସଭାପତି ଧନଞ୍ଜୟ ଦୀପ, ନୂଆପଡ଼ା ଡିଡିଏମ ସଭାପତି ଶ୍ରବଣ ନିଆଲ, ଟିଟିଲାଗଡ ଡିଡିଏମ ସଭାପତି ଉପେନ୍ଦ୍ର ତାଣ୍ଡି, ସମ୍ପାଦକ ପରମାନନ୍ଦ ତାଣ୍ଡି, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଗୋବିନ୍ଦ ତାଣ୍ଡି, ରାମାନନ୍ଦ ସାଗର, ରମେଶ ତାଣ୍ଡି, ଯୋଗେଶ୍ୱର ଟାକରି, ଯୁଗଳ ଜାଲ, ଚୁଡ଼ା ଚନ୍ଦ୍ର କୁମ୍ଭାର, ପ୍ରଦ୍ୟୁମ୍ନ ବିଭାର, ଜିତୁ ହରପାଲ, ଶିବ ତାଣ୍ଡି, ଜଳନ୍ଧର ମହାନନ୍ଦ, ଈଶ୍ୱର ଛତ୍ରିଆ ଓ ବିଭିନ୍ନ ପ୍ରାନ୍ତରୁ ସମାଜର ସଦସ୍ୟମାନେ ଆସି ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.