jsm

ଲକ୍ଷ୍ମୀଯୋର ଥାନା ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲକ୍ଷ୍ମୀଯୋର ଥାନା ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସଦର ଏସଡିପିଓ ସରୋଜ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ବଣ୍ଟନ କରିଥିଲେ । ଏହି ପରିଚୟପତ୍ର ମାଧ୍ୟମରେ ସେମାନଙ୍କୁ ପୋଲିସ ପକ୍ଷରୁ ନିୟମିତ ସୁରକ୍ଷା ଓ ସହଯୋଗ ଯୋଗାଇ ଦିଆଯିବ । ପ୍ରତି ସପ୍ତାହରେ ଥରେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ସାଇବର ଠକେଇ ସମ୍ପର୍କରେ ସଚେତନ କରାଯିବ । ଏହାଛଡ଼ା, କୌଣସି ଆପତ୍କାଳୀନ ପରିସ୍ଥିତିରେ ପୋଲିସ ତୁରନ୍ତ ସହାୟତା ଓ ସୁରକ୍ଷା ପ୍ରଦାନ କରିବ ବୋଲି ସଦର ଏସଡିପିଓ କହିଥିଲେ । ଏହି ପଦକ୍ଷେପକୁ ବରିଷ୍ଠ ନାଗରିକମାନେ ସ୍ୱାଗତ କରିବା ସହ ବଲାଙ୍ଗିର ପୋଲିସ ପ୍ରଶାସନର ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଲକ୍ଷ୍ମୀଯୋର ଥାନା ଆଇଆଇସି ସଞ୍ଜୟ ସାହୁ, ଏସଆଇ ଖଗେଶ୍ୱର ମାଝୀ ଓ ଏଏସଆଇ ଦିଲ୍ଲୀପ ସେନାପତିଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.