
- ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଗିରିରାଜ
- ଡବଲ ଇଞ୍ଜିନ ବିଫଳକୁ ନେଇ ଲୋକଙ୍କୁ କରାଯିବ ସଚେତନତା
- ଏସ.ଆଇ.ଆର କଟିଛି ଅନେକ ଭୋଟରଙ୍କ ନାଁ ତଦାରଖ କରିବାକୁ କର୍ମୀଙ୍କୁ ନିର୍ଦ୍ଦେଶ
- ପଞ୍ଚାୟତ ନିର୍ବାଚନ ପାଇଁ ୧୦ ନଂ ଜୋନ୍ରେ ବିଜେଡ଼ି ପ୍ରସ୍ତୁତି ।
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା ଶିବ ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳ ତୁରେକେଲା ବ୍ଲକ ୧୦ ନଂ ଜିଲ୍ଲା ପରିଷଦ ଜୋନ୍ର ବିଲେଏ ଏବଂ ସୋସିଆଲ ସଦସ୍ୟଙ୍କ ସହ ସକ୍ରିୟ ବିଜୁ ଜନତା ଦଳ ସଦସ୍ୟଙ୍କୁ ନେଇ ଏକ ଦଳୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ଯୁବ ନେତା ଗିରିରାଜ ସିଂ ମାଝୀ ଯୋଗ ଦେଇଥିଲେ । ୨୦ ହଜାର ଭୋଟର ନାଁ ଏସ.ଆଇ.ଆର ତାଲିକାକୁ କଟିଛି ତେବେ ତାହା ଠିକ୍ ଅଛି ନାଁ ଭୁଲ୍ ଅଛି ତାର ତଦନ୍ତ କରିବା ସହ ଆଉ କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ଅଛି ତେଣୁ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିବେ ସେହି ଦିଗରେ ତୃଣମୂଳ ସ୍ତରରେ କାମ କରିବା ସହ ଆଗାମୀ ଦିନରେ ତୁରେକେଲା ବ୍ଲକ ଅଧ୍ୟକ୍ଷ ପଦବୀ ବିଜୁ ଜନତା ଦଳ ଦଖଲକୁ ଆସିବ ସେଥିପାଇଁ କାମ କରିବାକୁ ଶ୍ରୀ ମାଝି ଦଳୀୟ ନେତାଙ୍କୁ ଆହ୍ୱାନ କରିଥିଲେ । ଏହି ବୈଠକରେ ବିଜେଡ଼ି ନେତା ଆଶାଦୁଲା ଖାଁ, ବିଶ୍ୱନାଥ ସାହୁ, ପ୍ରସୁଦନ ମାଝୀ, ଯୋଶବନ୍ତ ମାଝୀ, ଦୈତାରି ଭୋଇ, ବିଷ୍ଣୁ ପ୍ରାସାଦ ଜୁଏଡ, ଲକ୍ଷ୍ମଣ ପୁଟେଲ, ପର୍ମେ ମେହେର, ଘାସି ସାହୁ, ସରୋଜ କୁମାର ମେହେର, ହସ୍ତା ଧରୂଆ, ସୁବାସ ସାହୁ, ଅର୍ଜ୍ଜୁନ ଧରୁଆ, ମକାରୁ ଧରୁଆ, ରତନ ମେହେର, ନବରଙ୍ଗ ଦାସ, ପିତବାସ ମେହର, ଉପେନ୍ଦ୍ର ମେହେର, ଧନଞ୍ଜୟ ପୁଟେଲ, ମାଧୁରୀ ଶବର, ପବିତ୍ର ହଂସ, ଭକ୍ତବନ୍ଧୁ ହଂସ ଏବଂ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।

