jayashree

ଜାମତରା ଗାଁରେ ବନ ମହୋତ୍ସବ

ସଇଁତଲା, (କେପିଏନ୍‌ଏସ୍‌) : ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ବ୍ଲକ ବେଲଗାଁ ବନଖଣ୍ଡ ଶିଷକେଲା ପଞ୍ଚାୟତ ଜାମତରା ଗାଁ ଜଙ୍ଗଲରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ବିଧାୟକ ଶ୍ରୀ ଜୈନ କହିଥିଲେ ଯେ, ଗଛ କେବଳ ପରିବେଶକୁ ସନ୍ତୁଳିତ ରଖେ ନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଓ ସୁସ୍ଥ ଭବିଷ୍ୟତର ଭିତ୍ତି ସୃଷ୍ଟି କରେ । ସେ ସମସ୍ତଙ୍କୁ ପ୍ରତିବର୍ଷ ଅତି କମ୍‌ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଏସିଏଫ୍‌ ମାନସ ବେହେରା, ବନାଞ୍ଚଳ ଅଧିକାରୀ ଶୈଲେନ୍ଦ୍ର କୁମାର ବିଶି, ସ୍ଥାନୀୟ ସରପଞ୍ଚ ମାଳତି ରଣା, ସମିତି ସଭ୍ୟ ଉମାକାନ୍ତ ରଣା, ବେଲଗାଁ ସରପଞ୍ଚ ରାମ ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଫରେଷ୍ଟର ଆଶୁତୋଷ ମହାକୁର, ରଂଜିତ କୁମାର ସିଂହଦେଓ, ବିମ୍ବାଧର ବେହେରା, ପ୍ରିୟଙ୍କା ପୋଢ଼, ବନରକ୍ଷୀ ଉଦ୍ଧବ ହରପାଳ, ତପସ୍ୱିନୀ ରଣା, ରଞ୍ଜିତା ପୋଢ଼, ନମିତା ତାଣ୍ଡି, ପୂଜା ରାଣୀ ସେଠ, ନେପୁର ଭୋଇ, ଇସ୍ପିତା ବଲିୟାର ସିଂହ, ସଂଜୀବ ମିଶ୍ର, ସଂଜୟ ମାଝୀ, ପ୍ରୀତମ ପ୍ରଧାନ, ରାଜେଶ ବେହେରା, ଗୋବିନ୍ଦ ପଣ୍ଡା, ବନ୍ୟ ପ୍ରାଣୀ ସଂରକ୍ଷକ ବିକିଜି ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.