jsm

ପୂରଣ ହେଲା ସ୍ୱପ୍ନ : ଚାଲିଲା କେସିଙ୍ଗାରୁ ସିଧାସଳଖ ରାଜଧାନୀ ପାଇଁ ଟ୍ରେନ

csstore

କେସିଙ୍ଗା, (ପ୍ରୀତେଶ ପଟେଲ) : ବହୁ ବର୍ଷର ଅପେକ୍ଷିତ କେସିଙ୍ଗାରୁ ସିଧାସଳଖ ରାଜଧାନୀ ପାଇଁ ଟ୍ରେନର ଦାବି କାଲି ପୂରଣ ହେଲା । କେସିଙ୍ଗାର ସମସ୍ତ ସଂଗଠନ ଓ କେସିଙ୍ଗା ବାସୀଙ୍କ ପ୍ରୟାସରୁ ଏହି ସ୍ୱପ୍ନ ପୁରା ହୋଇଛି । ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ସୋମବାର ପୂର୍ବାହ୍ନ ୧ଟାରେ ପୁରୀ ରେଲୱେ ଷ୍ଟେସନରୁ ଗ୍ରୀନ ପତାକା ଦେଖାଇ ଶୁଭାରମ୍ଭ କରିଥଲେ । ଉକ୍ତ ଟ୍ରେନଟି ସପ୍ତାହକୁ ତିନିଦିନ ଚାଲିବା ପାଇଁ ରେଳ ବିଭାଗ ସ୍ଥିର କରିଛି । ଗାଡି କେସିଙ୍ଗା ଷ୍ଟେସନରେ ପହଁଞ୍ଚିବା ବେଳେ ପତାକା ଦେଖାଇ ଓ ଲୋକ ପାଇଲଟଙ୍କୁ ମିଠା ଖୁଆଇ କେସିଙ୍ଗା ବାସୀମାନେ ଖୁସି ଜାହାରୀ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ । କେସିଙ୍ଗା ପ୍ରଭାରୀ ମୁକେଶ ଅଗ୍ରୱାଲ କାଉନ୍ସିଲର ଧରଣୀଧର ନାୟକ, ସଭାପତି ପିଙ୍କୁ ପରିଡା, ବଣ୍ଟି ଜୈନ ଓ କେସିଙ୍ଗାର ସମସ୍ତ ବିଜେପି କର୍ମକର୍ତ୍ତା ଓ ରେଳ ବିଭାଗର କର୍ମଚାରୀ ସେହିପରି ବ୍ରହ୍ମପୁରରୁ ଉଧନା ଅମୃତ ଭାରତ ଟ୍ରେନ ଗତକାଲିଠାରୁ ଦୈନିକ ଚାଲିଲା ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି । ଏହି ଟ୍ରେନ ଚାଲିବା ଦ୍ୱାରା କୋରାପୁଟ, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ଲୋକଙ୍କ ଗମନାଗମନ କ୍ଷେତ୍ରରେ ସୁବିଧା ହେବା ସହ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପାଇବ ବୋଲି ଏବଂ ଯାତ୍ରୀମାନେ ସୁବିଧାରେ ଲକ୍ଷସ୍ଥଳକୁ ଠିକ୍‌ ସମୟରେ ପହଞ୍ଚି ପାରିବେ ବୋଲି ଜଣାପଡିଛି ।

yuvodaya
Leave A Reply

Your email address will not be published.