jsm

ଶମ୍ଭୁ ପ୍ରସାଦଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

csstore

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ଏ.ଇ.ଏସ୍. କଲେଜରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ କଲେଜର ରାତ୍ର ଜଗୁଆଳିଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅର୍ଥନୀତି ବିଭାଗର ପ୍ରଫେସର ବିନତୀ ମିଶ୍ର ଓ ରାତ୍ର ଜଗୁଆଳି ଶମ୍ଭୁ ପ୍ରସାଦ ମିଶ୍ର ବିଶିଷ୍ଟ ଅତିଥିଭାବରେ ମଞ୍ଚାସୀନ ଥିଲେ । ପ୍ରଫେସର ଡ. ସବିତା ମିଶ୍ର, ଦେବାଶିଷ ଶତପଥୀ, ରୋହିତ ପଧାନ, ଡ. ସରୋଜିନୀ ପଧାନ, ମୋନାଲିସା ପ୍ରଧାନ, ଅଣଶିକ୍ଷକ କର୍ମଚାରୀ ଶଙ୍କର ବଘାର ତଥା ପୂର୍ବତନ ଲାଇବ୍ରେରୀଏନ୍ ଦେବେନ୍ଦ୍ର କୁମାର ନାଏକ ପ୍ରମୁଖ ଶ୍ରୀ ମିଶ୍ରଙ୍କ କର୍ମମୟ ଜୀବନର ଅଭୁଲା ସ୍ମୃତି ଚାରଣ କରିଥିଲେ । ଚାକିରୀ ଜୀବନରେ ସମସ୍ତ ଘାତ ପ୍ରତିଘାତକୁ ସମ୍ମୁଖୀନ କରି କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ବିଧେୟ ବୋଲି ପ୍ରତ୍ୟୁତ୍ତରରେ ଶ୍ରୀ ମିଶ୍ର କହିଥିଲେ । ପରେ ଅଧ୍ୟକ୍ଷ, ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀବୃନ୍ଦ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ରାତ୍ର ଜଗୁଆଳି ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଭା ଶେଷରେ ଖେଳ ଶିକ୍ଷକ ସଞ୍ଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.