
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ତୃତୀୟ କମ୍ପାନୀ ଏନ୍.ସି.ସି.ର ତାଲିମ ଶିବିର ଗତ ଜୁନ୍୨୬ ତାରିଖ ଠାରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିବିର କମାଣ୍ଡେଣ୍ଟ ମେଜର ଇକ୍ଷୀତ ଶର୍ମା ଶିବିର ଉଦ୍ଘାଟନ କରିଥିଲେ । ଶିବିରରେ କ୍ୟାଡେଟମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷାଦାନ ସହ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା । ଏହି ସମସ୍ତ ପ୍ରତିଯୋଗିତାରେ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ୍ ଉଚ୍ଚବିଦ୍ୟାପୀଠର ଛାତ୍ରଛାତ୍ରୀ ସର୍ବାଧିକ ପୁରସ୍କାର ଓ ପ୍ରମାଣପତ୍ର ପାଇ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ରାଗିଣୀ ପ୍ରଧାନ ତର୍କରେ ପ୍ରଥମ, ଆର୍ୟନ ମହାରଣା ତର୍କରେ ଦ୍ୱିତୀୟ, ଶାକା ତୃପ୍ତି କୁଇଜ୍ରେ ପ୍ରଥମ, ସୁଶ୍ରୀ ଅଂଶିତା ପାତ୍ର କୁଇଜରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ବିଦ୍ୟାଳୟର ଏନ୍.ସି.ସି ଶିକ୍ଷକ ଫାଷ୍ଟ ଅଫିସର ସୁଧାକର ବଳୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପାଇଁ ଏହି ଗୌରବ ଆଣିଥିବାରୁ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ପୂର୍ବତନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।
