csstore

ଗୋଡ଼ଭଗାରେ ଲାୟନ୍ସ କ୍ଲବ ରୟାଲ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଅତାବିରା, (ମୋହନ ସାହୁ) : ଲାୟନ୍ସ କ୍ଲବ ଗୋଡ଼ଭଗା ରୟାଲର ଆୟୋଜନରେ ଗୋଡ଼ଭଗା ସ୍ଥିତ କିଶୋରୀ କମ୍ପ୍ଲେକ୍ସ ପରିସରରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୬୫ ଜଣଙ୍କର ୟୁରିକ୍ ଆସିଡ୍, DDC, RBC, LFT ଓ ରକ୍ତଚାପ ପରୀକ୍ଷା କରାଯାଇଥିଲା । ଅତାବିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସରକାରୀ ଡାକ୍ତର ଡା. ଚିତ୍ତରଞ୍ଜନ ଜେନାଙ୍କ ତତ୍ତ୍ୱାବଧାନରେ ବିଭିନ୍‌ନ୍ନ ହେଲ୍‌ଥ କେୟାରର ଡାକ୍‌କ୍ତର ମାନଙ୍କ ସହଯୋଗରେ ସମସ୍ତ ପରୀକ୍ଷା ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । ଶିବିରରେ ଏଚ୍‌ବିସି ଲାଇଫ ସାଇନ୍‌ନ୍ସ ପାଇଭେଟ୍‌ ଲିମିଟେଡ଼୍‌ ପକ୍ଷରୁ ମନୋଜ କୁମାର ନାୟକ ଓ ଦେବବ୍ରତ ରାୟ ଉପସ୍ଥିତ ରହି ଥଣ୍‌ଣ୍ଡା ପାନୀୟ ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଲାୟନ୍ସ କ୍ଲବ ଗୋଡ଼ଭଗା ରୟାଲର ସମସ୍ତ ସଦସ୍ୟ ସକ୍ରିୟ ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଏଭଳି ଜନହିତକର ପଦକ୍ଷେପକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏପରି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହୁ ବୋଲି ଆଶା ବ୍ୟକ୍ତ କରିଥିଲେ ।

jayashree
Leave A Reply

Your email address will not be published.