jayashree

ସିଲେଟକାନୀ ୟୁପି ସ୍କୁଲରେ କ୍ଲଷ୍ଟରସ୍ତରୀୟ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ଶିକ୍ଷାବର୍ଷର ପ୍ରଥମ କ୍ଲଷ୍ଟରସ୍ତରୀୟ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଲେଟକାନୀର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବଡବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପ୍ରଧାନ ସାଧନ କର୍ମୀ ଭାବେ ଯୋଗଦେଇ ଯାଦୁପେଟି, ଶିକ୍ଷଣ ସୋପାନ, ଏକାଡେମୀକ୍ କ୍ୟାଲେଣ୍ଡର ଆଦି ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏହି ବୈଠକରେ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ରବିଚନ୍ଦ୍ର ବୁଡେକ, ଅରବିନ୍ଦ ପ୍ରଧାନ, ଜ୍ୟୋତିଲାଲ ସାହୁ, ପ୍ରଶାନ୍ତ ଗଡତ୍ୟା, ସୁଶାନ୍ତ ସାହୁ, ମିକି ଭୋଇ, କୈଳାସ ଚନ୍ଦ୍ର ଭୋଇ, ଅଶ୍ୱିନୀ ନାଏକ, ମଧୁସୂଦନ ଭୋଇ, ଆଲୋକିନି ପ୍ରଧାନ, ସୁଜିତ କୁମାର ମିଶ୍ର, ଲୁଚନ ଛତ୍ରିଆ, କୁବେର ମଲ୍ଲିକ, ଅଚ୍ୟୁତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.