jayashree

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର ସହର । ସହରର ଶାନ୍ତିପଡ଼ା ଭିଟୁ ମାର୍ଟ ନିକଟସ୍ଥ ଗଳିରେ ଡ୍ରେନେଜ୍ ସମସ୍ୟା ଯୋଗୁଁ ଜଳବନ୍ଦୀ ହୋଇପଡ଼ିଛନ୍ତି ଏକାଧିକ ପରିବାର । ଲଗାତାର ବର୍ଷା ପରେ ରାସ୍ତା ଓ ଘର ଭିତରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାରମ୍ବାର ଅଭିଯୋଗ ପରେ ପୌର ପ୍ରଶାସନ ଡ୍ରେନ୍ ନିର୍ମାଣ କରିଥିଲେ ମଧ୍ୟ ଏହାର ନିର୍ମାଣରେ ଗୁରୁତର ତ୍ରୁଟି ରହିଛି। ପାଣି ସ୍ୱାଭାବିକ ଭାବେ ଉପରୁ ତଳକୁ ପ୍ରବାହିତ ହେବା ପରିବର୍ତ୍ତେ ଡ୍ରେନର ଢାଳ ତଳୁ ଉପରକୁ ରହିଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଏହାସହ ଡ୍ରେନ୍ ଭିତରେ ଭଙ୍ଗା ସ୍ଲାବ ଓ ଆବର୍ଜନା ପଡ଼ି ରହିଥିବାରୁ ପାଣିର ପ୍ରବାହ ଆହୁରି ବାଧାପ୍ରାପ୍ତ ହେଉଛି । ଫଳରେ ବର୍ଷା ପାଣି ଡ୍ରେନ୍ ଦେଇ ଯିବା ପରିବର୍ତ୍ତେ ଘର ଭିତରକୁ ପଶୁଛି । ଦୀର୍ଘ ସମୟ ଧରି ଆଣ୍ଠୁଏ ପାଣିରେ ରହିବାକୁ ବାଧ୍ୟ ହେଉଛନ୍ତି ପରିବାର ସଦସ୍ୟ ବୋଲି ଅଭିଯୋଗ ହେଉଛି । ପୌର ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଡ୍ରେନରେ ପଡ଼ିଥିବା ଭଙ୍ଗା ସ୍ଲାପ ଓ ଆବର୍ଜନା କାଢୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.