jsm

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା ବାଇକ : ଦୁଇ ମୃତ୍ୟୁ, ଜଣେ ଆହତ

csstore

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫିରିଙ୍ଗିଆ-ଗୋଛାପଡା ରାସ୍ତାର ମାଝିପଡା ଘାଟିରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଘାଟିର ଥିବା ଏକ ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ପ୍ରାୟ ୧୦ ଫୁଟ ତଳକୁ ଖସି ପଡିବାରୁ ପଥରରେ ଛେଚି ହୋଇ ଘଟଣା ସ୍ଥଳରେ ସଦରଥାନା ବିଶିପଡ଼ା ପଞ୍ଚାୟତର ଡ଼ୁମୁରିଗୁଡ଼ା ଗ୍ରାମର ଶିବାନନ୍ଦ କହଁର (୨୪)ଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ । ତେବେ ଗୁରୁତର ୨ ଜଣଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲେ ମଧ୍ୟ ଫୁଲବାଣୀ ଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଗୁରୁତର ଅଛନ୍ତି । ସେମାନଙ୍କ ପରିଚୟ ମିଳି ପାରିନାହିଁ ।

yuvodaya
Leave A Reply

Your email address will not be published.