
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସ୍ଥାପନା ଦିବସ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ରୋଟାରିଆନ ଡ. ସରିତା ମଲ୍ଲଙ୍କ ଅଧ୍ୟକ୍ଷତା ଓ ରୋଟାରିଆନ ସୁଚିସ୍ମିତା ବିଶ୍ୱାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଆଲାମ ସିଂ ରୂପ୍ରା ମୁଖ୍ୟ ଅତିଥି ଓ ଫାଷ୍ଟ ଲେଡି ହରପାଲ ରୂପ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଦାୟୀ ସଭାପତି ରୋଟାରିଆନ ବୀଣାପାଣି ରଥ ଓ ବିଦାୟୀ ସମ୍ପାଦକ ରୋଟାରିଆନ ରଶ୍ମି ମିଶ୍ରଙ୍କ ଠାରୁ ୨୦୨୬-୨୭ ପାଇଁ ସଭାପତି ରୋଟାରିଆନ ଡ. ସରିତା ମଲ୍ଲ ଓ ସମ୍ପାଦକ ନମିତା ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଥିଲେ । ମୁଖ୍ୟଅତିଥି ରୋଟାରିଆନ ରୂପ୍ରା କ୍ଲବର ଲକ୍ଷ୍ୟ ଓ ଆଭିମୁଖ୍ୟ, ଆବଶ୍ୟକତା ଥିବା ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ସେବା ତଥା ଆନ୍ତର୍ଜାତୀୟ ସ୍ତରରେ ଦୀର୍ଘ ୧୬ ବର୍ଷ ଧରି ଶ୍ରେଷ୍ଠ ଏନ୍ଜିଓ ଭାବେ ପ୍ରସିଦ୍ଧି ଲାଭ କରିଥିବା ରୋଟାରୀ କ୍ଲବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହା ସହ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ଓ ସମ୍ପାଦକଙ୍କୁ ଶପଥ ପାଠ କରାଇଥିଲେ । ସଭାପତି ଡ. ମଲ୍ଲ ତାଙ୍କ ଅଭିଭାଷଣରେ ଅନୁଷ୍ଠାନ ପ୍ରତି ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବା ସହ ସମସ୍ତ ଅଭିଜ୍ଞ ବରିଷ୍ଠଙ୍କ ଉପଦେଶକୁ ଗ୍ରହଣ କରିବା ପାଇଁ ମତ ରଖିଥିଲେ । ଏହି ଅବସରରେ ୩ ଜଣ ନୂତନ ରୋଟାରିଆନଙ୍କ ମଧ୍ୟରୁ ଉପସ୍ଥିତ ୨ଜଣ ସରସ୍ଵତୀ ଜେନା, ମୁନି କାକୁଟିଙ୍କୁ ପିନ୍ ଦିଆଯାଇ କ୍ଲବକୁ ସ୍ୱାଗତ କରାଯାଇଥିଲା । ସେହିପରି ଡ଼ଃ. ମଲ୍ଲଙ୍କ ନେତୃତ୍ୱରେ ଏକ ନୂତନ କାର୍ଯ୍ୟକାରୀ କମିଟିର ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା । ଫାଷ୍ଟ ଲେଡି ରୋଟାରିଆନ ରୂପ୍ରା, ଉପଦେଷ୍ଟା ରୋଟାରିଆନ ପିପି ଡ. ଅଞ୍ଜନା ମୈତ୍ର, ଅତିଥି ସ୍ୱାମୀ ଦିବ୍ୟ ସୁନ୍ଦର ମହାରାଜ ବକ୍ତବ୍ୟ ରଖିଥିଲେ । କୋଷାଧ୍ୟକ୍ଷ ରୋଟାରିଆନ ଦେବଜିତ ବାନାର୍ଜୀ ଓ ସମସ୍ତ ରୋଟାରିଆନ ଦିଲୀପ ଭୁଇ, ସୂରଜ ନାୟକ, ଆଶିଷ ନାୟକ, ପୁତୁଲ ରାହୁଲ, ଦୀପିକା ଦେ, କମଲ ଅଗ୍ରୱାଲ, ସନ୍ଧ୍ୟାରାଣୀ ବରାଳ, ଜୟଶ୍ରୀ ପଟ୍ଟନାୟକ, ଲଳିତା ମୁଦାଲି, ଅର୍ଚ୍ଚନା ମହାନ୍ତି, ବିଜୟ ବୈଭବ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲା ବେଳେ ଗଣେଶ୍ୱର ପଟ୍ଟନାୟକ, ଡାକ୍ତର ଗୋପାଳ ଚନ୍ଦ୍ର ରାୟଙ୍କ ସମେତ ବିଭିନ୍ନ ରୋଟାରୀ କ୍ଲବର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ରୋଟାରିଆନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
