jayashree

ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

କର୍ଲାମୁଣ୍ଡା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର ଦିନ କୌଣସି ସୂତ୍ରରୁ ଖବରପାଇ କେସିଙ୍ଗା ଏସ ଡିପିଓ ସନ୍ଦୀପ ମାଝୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ରିଷିଡା ଗଜବାହଲ ଅଂଚଳର ବାଲାଜୀ ରାଇସ ମିଲ ଉପରେ ଚଢ଼ାଉ କରିଥିଲା । ରାଇସ ମିଲ ଭିତରେ ଜୁଆ ଖେଳୁଥିବା ସମୟରେ ମିଲ ମାଲିକ ଶଙ୍କରଲାଲ ଅଗ୍ରୱାଲ, ତୁଷୁରାର ବିନୋଦ ଜୈନ, ଜଗଦମ୍ବା ରାଇସ ମିଲ ମାଲିକ ସୁନିଲ କେଡିଆ, ଯୋରାଡବରାର ଦୁଇଜଣ ଯୁବକଙ୍କୁ ପୋଲିସ କାବୁ କରିଥିବା ସୂଚନା ମିଳିଛି । ଚଢ଼ାଉବେଳେ ୬୪, ୩୯୦ ଟଙ୍କା, ଗୋଟିଏ କାର, ୬ ଟି ମୋବାଇଲ ଫୋନ, ୭ ପ୍ୟାକେଟ ତାସମୁଠା ଜବତ କରିଥିବା ଜଣାପଡିଛି । କେସିଙ୍ଗା ଏସଡ଼ିପିଓ ସନ୍ଦୀପ ମାଝୀଙ୍କ ସହିତ, ରାମପୁର ଥାନା ଅଧିକାରିଣୀ ସଂଯୁକ୍ତା ପଧାନ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି । ପୋଲିସ ୬୪ ହଜାର ତିନିଶହ ନବେ ଟଙ୍କା ଜବତ କରିଛି । ନିକଟରେ ଅମାଠ ଛକ ବେହେରା ରାଇସ ମିଲକୁ ପ୍ରଶାସନ ସିଲ କରିଥିବା ବେଳେ ଏହି ବାଲାଜୀ ରାଇସ ମିଲ ଭିତରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଚାଲୁଥିବା ବେଳେ ବାହାର ଜିଲ୍ଲାରୁ ମଧ୍ୟ ଧାନ ଚୋରାଚାଲାଣ ମିଲକୁ ଆସୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ହେଉଥିବା ଦେଖିବାକୁ ମିଳିଛି । ଏଣୁ ଏହି ରାଇସ ମିଲମାନଙ୍କୁ ମଧ୍ୟ ସିଲ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି ।

Leave A Reply

Your email address will not be published.